ଦେଶର ୧୫ତମ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ (ସଂକେତ ଟିଭି): ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାଚାପତି ଜଷ୍ଟିସ ରମନା ତାଙ୍କୁ ଶପଥ ପାଠ କରାଇଛନ୍ତି । ସଂସଦ ଭବନର ସେଣ୍ଟ୍ରାଲ ହଲରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଲୋକସଭା ଏବଂ ରାଜ୍ୟସଭାର ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ସାଂସଦ ଉପସ୍ଥିତ ଥିଲେ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୦ଟା ୧୫ ମିନିଟ ସମୟରେ ଶପଥ ନେଇଥିଲେ । ୯ଟା ୨୨ରେ ଦ୍ରୌପଦୀ ମୁର୍ମୁ ନର୍ଥ କୋର୍ଟରେ ପହଞ୍ଚିଥିଲେ । ନର୍ଥ କୋର୍ଟରେ ରାଷ୍ଟ୍ରପତିଙ୍କ ଏଡିସି ଦ୍ରୌପଦୀଙ୍କୁ ସ୍ବାଗତ କରିଥିଲେ । ସେହି ସମୟରେ ରାଷ୍ଟ୍ରପତି କୋବିନ୍ଦ ଦ୍ରୌପଦୀଙ୍କୁ ସ୍ବାଗତ କରିଥିଲେ । ୯ଟା ୩୭ରେ ରାଷ୍ଟ୍ରପତିଙ୍କ ସାମରିକ ସଚିବ ସାଲ୍ୟୁଟ୍‌ ଦେଇଥିଲେ । ୯ଟା ୪୨ରେ ରାଷ୍ଟ୍ରପତି କୋବିନ୍ଦ ଓ ଦ୍ରୌପଦୀ ଦରବାର ହଲ୍‌କୁ ଯାଇଥିଲେ ।

୧୦ଟା ୧୫ରେ ଶପଥ ପରେ ନୂଆ ରାଷ୍ଟ୍ରପତିଙ୍କ ପାଇଁ କୋବିନ୍ଦ ଆସନ ଛାଡିଥିଲେ । ଶପଥ ନେବାପରେ ୧୦ଟା ୧୮ରେ ଶପଥ ରେଜିଷ୍ଟରରେ ଦ୍ରୌପଦୀ ମୁର୍ମୁ ନିଜର ଦସ୍ତଖତ କରିଥିଲେ । ୧୦ଟା ୧୮ରେ ଗୃହ ସଚିବ ଘୋଷଣାନାମା ଜାରି କରିଥିଲେ ।

ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ନିଜର ଅଭିଭାଷଣ ରଖିଥିଲେ । ଉପସ୍ଥିତ ଅତିଥିଙ୍କୁ ପ୍ରଣାମ ଜଣାଇବା ସଙ୍ଗେ ସଙ୍ଗେ ଜୀବନର କଠିନ ପରିସ୍ଥିତି ଭାରତର ଭବିଷ୍ୟତ, ଯୁବପିଢୀଙ୍କ ବିକାଶ ବିଷୟରେ ନିଜର ଅଭିଭାଷଣ ରଖିଥିଲେ ।

ରାଷ୍ଚ୍ରପତି ଭାବେ ନୱିର୍ବାଚିତ ହେବା ମୋର ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ଭାରତର ପ୍ରତିଟି ଗରିବଙ୍କ ଉପଲବ୍ଧି ବୋଲି ସେ କହିଥିଲେ । ମୟୁରଭଞ୍ଜର ଜିଲ୍ଲା ରାଇରଙ୍ଗପୁରର ଏକ ଗରିବ ଆଧିବାସୀ ଅଧୁଷିତ ପରିବାରରେ ଜନ୍ମନେଇଥିଲି । ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଭିସିକ୍ତ ହୋଇଛି । ଏଭଳି ଏକ ମହାନ ପଦବୀରେ ବସାଇଥିବାକୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତର ସମସ୍ତ ବ୍ୟକ୍ତିଙ୍କ ଆଶା-ଆକାଂକ୍ଷା ଏବଂ ଉତ୍କଣ୍ଠାକୁ ଗ୍ରହଣ କରିଥିଲେ । ଆତ୍ମବିଶ୍ୱାସର ସହ ଦେଶର ରାଷ୍ଟ୍ରପତି ପଦବୀରେ ପ୍ରତିପାଦିତ କରିବାଥିବାରୁ ଦେଶବାସୀସଙ୍କୁ କୃତଜ୍ଞତା ଜଣାଇଥିଲେ ଦ୍ରୌପଦୀ ମୁର୍ମୁ । ନିଜର ଅଭିଭାଷଣରେ ଦ୍ରୌପଦୀ ମୁର୍ମୁ କହିଥିଲେ, ମୁଁ ସ୍ୱାଧିନ ଭାରତରେ ଜନ୍ମ ନେଇଛି ।

ମୋତେ ଏଭଳି ସମୟରେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି, ଯେଉଁ ସମୟରେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଏହାଠାରୁ ସ୍ୱଭାଗ୍ୟର କଥା ଆଉ କଣ ଥାଇପାରେ । ଭାରତରେ ଗରିବ ସ୍ୱପ୍ନ ଦେଖିପାରେ ଏବଂ ପୂରଣ ମଧ୍ୟ କରିପାରେ । ଏହା ମୋ ପାଇଁ ଉପଲବ୍ଧିର ଦିବସ । ଗରିବ ଆଦିବାସୀ, ପଛୁଆ ଏବଂ ଜନଜାତିଙ୍କ ଝଲକ । ଜୀବନ ବିକାଶର ଦୂରରେ ଥିବା ଏହି ଲୋକମାନେ ମୋତେ ପ୍ରତିବିମ୍ଭ ଭାବେ ଦେଖପାରନ୍ତି । ଦେଶର କୋଟି କୋଟି ମହିଳା ଏବଂ ଯୁବତୀଙ୍କ ସ୍ୱପ୍ନର ଝଲକ ଏହା । ଦେଶକୁ ନୂଆ ରାସ୍ତା ଦେଖାଉଥିବା କୋଟି କୋଟି ଯୁବକ ମୋର ସାହାସ । ଏଭଳି ଏକ ପ୍ରଭୁତିଶୀଳ ଭାରତର ନେତ୍ୱତ୍ୱ ନେବା ମୋତେ ଗୌରବାନ୍ୱିତ କରିଛି । ବିଶ୍ୱରେ ଭାରତର ଗଣତନ୍ତ୍ର ପ୍ରତିଷ୍ଠା ନିରନ୍ତର ପ୍ରୟାସ ରହିଛି । ରାଜେନ୍ଦ୍ର ପ୍ରସାଦ ଏବଂ ଆମ୍ବାଦକରଙ୍କୁ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ମୁର୍ମୁ । ଭାରତର ଲୋକତନ୍ତ୍ର, ସାସ୍କୃତିକ ବିଶ୍ୱାସ ଭରସା ମୋ ଉପରେ ରହିଛି । ସାଧ୍ୱୀନତା ସଂଗ୍ରାମର ସେହି ସଂଗ୍ରାମର ଅବିରତ ଧାରା ।

ସ୍ୱରାଜ, ସ୍ୱଦେଶୀ ଏବଂ ସ୍ୱଛତାର ମାର୍ଗ ଦେଖାଇଛନ୍ତି ବାପୁ । ଭାରତରେ ଏହି ମହାନ ପୁରୁଷଙ୍କ ଅଭୁଦୟ ଏ ଦେଶରେ ନୂଆ ପ୍ରତିଷ୍ଠା ସୃଷ୍ଟି କରିଛି । ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଭଗତ ସିଂ, ସୁଖଦେବ, ରାଜଗୁରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ, ଜବାହାରଲାଲ ନେହେରୁଙ୍କ ଦେଶ ପ୍ରତି ଥିବା ଅବଦାନଙ୍କୁ ମନେ ପକାଇଥିଲେ । ସେହିପରି ଦେଶର ବୀରଙ୍ଗନାଙ୍କୁ ମଧ୍ୟ ମନେ ପକାଇଥିଲା ରାଣୀ ଲକ୍ଷ୍ମୀବାଇ, ରାଣୀ ବେଲୁ ଲିକିଆ, ରାଣୀ ଗାଇବାନୁକ, ରାଣୀ ଶ୍ରୀନିମାଙ୍କୁ ମନେ ପକାଇଥିଲେ । ନାରାଶକ୍ତି ଏବଂ ନାରୀ ମର୍ଯ୍ୟାଦାର ଏମାନେ ପ୍ରତୀକ ବୋଲି ମଧ୍ୟ କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସେହିପରି ଦେଶର ସ୍ୱାଧିନତାରେ ଜନଜାତି ସମାଜ ନିଭାଇଥିବା ଭୂମିକାକୁ ମନେ ପକାଇଛନ୍ତି ରାଷ୍ଟ୍ରପତି । ଭଗବାନ ବିଶ୍ରା ମୁଣ୍ଡାଙ୍କ କାର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଦେଇଛି । କେଉଁ ଆଦିମ କାଳରୁ ଜଙ୍ଗଲରେ ରହିଥିବା ଏହି ଆଦିମ ଅଧିବାସୀ ନିଜର କର୍ତ୍ତବ୍ୟକୁ ସୂଚାରୁ ରୂପେ ନିଭାଇଛନ୍ତି । ଅନେକ ଅବଦାନ ଦେଇଛନ୍ତି । ଦେଶ ସ୍ୱାଧନତାର ୭୫ ବର୍ଷ ପୂର୍ତ୍ତୀରେ ଭାରତ ପ୍ରଗତୀର ସଂକଳ୍ପକୁ ସହ ଭାଗିତାର ସହକାରେ ଆଗେଇ ନେଇଛି । ବିବିଧତା ଭିତରେ ଆମେ ସମସ୍ତେ ଏକ ହୋଇଛି । ବିଭିନ୍ନ ସଂସ୍କୃତି ଭାଷାକୁ ନେଇ ଆମେ ଦେଶକୁ ସୁନ୍ଦର ଭାବେ ଗଢି ତୋଳିଥିବା କହିଛନ୍ତି ମୁର୍ମୁ ।