ପ୍ରତି ଜିଲ୍ଲାରେ ୭୫କି.ମି. ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ବର (ସଂକେତ ଟିଭି): ଓଡିଶାର ପ୍ରତି ଜିଲ୍ଲାରେ କଂଗ୍ରେସ ୭୫ କିଲୋମିଟର ପଦଯାତ୍ରା କରିବ । ପିସିସି ସଭାପତି ଶରତ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ପଦଯାତ୍ରା କରିବ । ଦେଶ ସ୍ବାଧୀନତାର ୭୫ବର୍ଷ ପୁରୁଥିବାରୁ ଏଆଇସିସି ଏହି ନିଷ୍ପତ୍ତି ନେଇଛି । ପଦଯାତ୍ରା ମାଧ୍ୟମରେ କଂଗ୍ରେସ ଲୋକଙ୍କୁ ସଚେତନ କରିବ। ଏହି ପଦଯାତ୍ରାରେ ସ୍ଥାନୀୟ ବିଧାୟକ, ବରିଷ୍ଠ ନେତା, ସାଂସଦ ପ୍ରାର୍ଥୀ, ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ନେତା ଯୋଗଦେବେ ।