EntertainmentLatest

ଭିକି କୌଶଲ-କ୍ୟାଟ୍ରିନା କୈଫଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ମୁମ୍ବାଇ (ସଂକେତ ଟିଭି): ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ତାଙ୍କ ସ୍ବାମୀ ଅଭିନେତା ଭିକି କୌଶଲଙ୍କୁ ହତ୍ୟା ଧମକ ଦିଆଯାଇଛି । ଏହି ଘଟଣାରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହି ଅଭିଯୁକ୍ତ ଜଣକ ହେଉଛନ୍ତି କ୍ୟାଟ୍ରିନା କୈଫଙ୍କ ଜଣେ ବଡ ପ୍ରଶଂସକ ଏବଂ ଜଣେ ଅଭିନେତା ମଧ୍ୟ । ତାଙ୍କ ନାଁ ହେଉଛି ମାନଭିନ୍ଦର ସିଂ । ସେ କ୍ୟାଟ୍ରିନା କୈଫଙ୍କୁ ବିବାହ କରିବାକୁ ଚାହୁଁଥିଲେ । ମାତ୍ର କ୍ୟାଟ୍ରିନା ଅଭିନେତା ଭିକି କୌଶଲଙ୍କୁ ବିବାହ କରିବା ପରେ ସେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର କମେଣ୍ଟ ଦେଇ ତାଙ୍କୁ ହଇରାଣ ହରକତ କରୁଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ।

ଭାରତୀୟ ଦଣ୍ଡବିଧି ଆଇନର ଧାରା 506 (2) (ଧମକ) ଏବଂ 354 (d) (ମହିଳାଙ୍କୁ ଅପମାନ) ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆଇଟି ଆକ୍ଟ 67 (ଅଶ୍ଳୀଳ ଫଟୋ, ଭିଡିଓ ଏବଂ କମେଣ୍ଟ ପୋଷ୍ଟ କରିବା) ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।ମୁମ୍ବାଇ ପୋଲିସ କହିଛି ଯେ, ଅଭିଯୁକ୍ତ କ୍ୟାଟ୍ରିନା କୈଫଙ୍କୁ ଇନଷ୍ଟାଗ୍ରାମ ଉପରେ ନଜର ରଖିଥିଲା ଏବଂ ନିଜେ ଇନଷ୍ଟାଗ୍ରାମରେ ଅଭିନେତ୍ରୀଙ୍କୁ ଧମକ ମେସେଜ ପଠାଇଥିଲା । ହତ୍ୟା ଧମକ ମିଳିବା ପରେ ଭିକି କୌଶଲଙ୍କ ପକ୍ଷରୁ ଏନେଇ ଅଭିଯୋଗ କରାଯାଇଥିଲା ।