ବୁଲେଟ ଓ ତାର ୪ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭଦ୍ରକ(ସଂକେତ ଟିଭି): ଭଦ୍ରକ ପୋଲିସ ଜଣେ ନାବାଳକଙ୍କ ସମେତ ୪ ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନେ ବିଭିନ୍ନ ସ୍ଥାନରୁ ଚୋରି କରିବା ସହିତ ଦୋକାନ ଓ ଘର ଭାଙ୍ଗି ମଧ୍ୟ ଚୋରି କରୁଥିଲେ ।

ସୂଚନା ଅନୁଯାୟୀ, ବୁଲେଟ ଓରଫ ଯଶୋବନ୍ତ କିସ୍କୁ ଓ ତାର ସହଯୋଗୀ ରାଣୀତାଲ ବଜାରର ଏକ ହୋଟେଲ କବାଟ ଭାଙ୍ଗି ଟିଭି , ଇନଭର୍ଟର ସହ ଅନେକ ସାମଗ୍ରୀ ଚୋରି କରିଥିଲା । ଚୋରିରେ ବୁଲେଟର ସମ୍ପୃକ୍ତି ସନ୍ଦେହ ହେବାରୁ ପୋଲିସ ତାକୁ ପଚରାଉଚୁରା କରିବା ବେଳେ ଚୋରି ସାମଗ୍ରୀ ଉଦ୍ଧାର ହୋଇଥିଲା । ଚୋରିରେ ସହଯୋଗ କରିଥିବା ଜଣେ ନାବାଳକ ସହ ରମ୍ବୀଳା ଅଞ୍ଚଳର ଗୌତମ ପରିଡା , ଉତ୍ତମ ପରିଡାକୁ ମଧ୍ୟ ଗିରଫ କରାଯାଇଛି ।

ସେମାନଙ୍କ ନିକଟରୁ ୭ଟି ଚୋରା ବାଇକ ସହ ଟିଭି , ଇନ୍ଭରଟର ଭଳି ସାମଗ୍ରୀ ସହ ଲୁଟ ପାଇଁ ବ୍ୟବହାର ହେଉଥିବା କଟୁରି , ଲୁହା ରଡ଼ ଓ ଖଣ୍ଡା ଜବତ ହୋଇଛି । ଗିରଫ ଲୁଟେରାଙ୍କ ନାଁରେ ଭଦ୍ରକ , ବାଲେଶ୍ୱର ସହ ବହୁ ଅଞ୍ଚଳରେ ଲୁଟରେ ସାମିଲ ଥିବା ଭଦ୍ରକ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।