ରାଜ୍ୟରେ ହେବ ୧୧୮ ବିଦ୍ୟୁତ୍ ଯାନ ଚାର୍ଜିଂ ଆଉଟ୍ ଲେଟ୍‌

ଭୁବନେଶ୍ବର (ସଂକେତ ଟିଭି): ଭାରତରେ ହାଇବ୍ରିଡ୍‌ ଏବଂ ଇଲେକ୍ଟ୍ରିକ୍ ଯାନ ଗୁଡିକୁ (ଫେମ୍‌ ଇଣ୍ଡିଆ) ଦ୍ରୁତ ଗତିରେ ଗ୍ରହଣ କରିବା ଏବଂ ଏହା ଅଧିକ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ପର୍ଯ୍ୟାୟ -୨ରେ ସାର୍ବଜନିନ ପରିବହନ ନିମନ୍ତେ ଇଲେକ୍ଟ୍ରିକ୍ ଯାନବାହନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି । ତୈଳ ବ୍ୟବସାୟ କମ୍ପାନୀ ଗୁଡିକ ୨୦୨୨ ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ସେମାନଙ୍କର ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଖୁଚୁରା ଆଉଟଲେଟ୍ କାର୍ଯ୍ୟକ୍ଷମ କରାଇ ପାରିଛନ୍ତି ।

ଏହି ଯୋଜନାରେ ଚାର୍ଜିଂ ଭିତିଭୂମି ପ୍ରଦାନ କରିବା ଏବଂ ଅଧିକରୁ ଅଧିକ ସ୍ୱଦେଶୀକରଣ ଦିଗରେ ଆଗକୁ ବଢ଼ିବା ସହିତ ଇଭି ଉଦ୍ୟୋଗର ସମଗ୍ର ବିକାଶର ପରିକଳ୍ପନା କରା ଯାଇଛି । ଫେମ୍ – ୨ ର ଲକ୍ଷ୍ୟ ହେଉଛି ୭୦୯୦ଟି ଇ – ବସ୍ , ୫ ଲକ୍ଷ ଇ – ୩ ଚକିଆ ଯାନ, ୫୫,୦୦୦ ଇ- ୪ ଚକିଅ । ଯାତ୍ରାବାହୀ କାର୍ ଏବଂ ୧୦ ଲକ୍ଷ ଇ – ଦୁଇ ଚକିଆ ଯାନକୁ ରିହାତି ପ୍ରଦାନ କରି ତାହା ମାଧ୍ୟମରେ ବିଦ୍ୟୁତ୍ ଚାଳିତ ଯାନର ବ୍ୟବହାରକୁ ସମର୍ଥନ କରିବା । ଏହା ସହିତ, ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଆଇ) ଦ୍ୱାରା ଏକ ଡ୍ରାଫ୍ଟ ଜାତୀୟ ପରିବହନ ନୀତି ପ୍ରସ୍ତୁତ କରା ଯାଇଛି । ଏହା ଏମ୍‌ଏଚ୍‌ଆଇର ୱେବସାଇଟ୍‌ରେ ଉପଲବ୍ଧ କରା ଯାଇଛି । ଏହି ନୀତି ପ୍ରକୃତିରେ ସମଗ୍ର ଅଟେ ଏବଂ ଅଟୋ ମିଶନ ଯୋଜନା ୨୦୧୬- ୨୬ର ଉଦ୍ଦେଶ୍ୟ ଗୁଡିକୁ ପୂରଣ କରିବା ପାଇଁ ମୋଟର ଯାନ ଉଦ୍ୟୋଗର ସ୍ୱାର୍ଥକୁ ସମ୍ବୋଧିତ କରିଥାଏ ।

ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଫେମ୍ ଇଣ୍ଡିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୫୨୦ଟି ଚାର୍ଜିଂ ଷ୍ଟେସନ୍‌ / ଭିତିଭୂମିକୁ ମଞ୍ଜୁରି ପ୍ରଦାନ କରିଥିଲା । ଏହା ସହିତ, ଏହି ମନ୍ତ୍ରଣାଳୟ ଫେମ୍‌ ଇଣ୍ଡିଅ । ଫେମ୍ ଇଣ୍ଡିଆ ଯୋଜନାର ପର୍ଯ୍ୟାୟ ୧ ଏବଂ ୨ ଅନୁସାରେ, ୧୫ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ସମୁଦାୟ ୫୩୨ଟି ଚାର୍ଜିଂ ଷ୍ଟେସନ୍ (୪୭୯ଟି ଚାର୍ଜିଂ ଷ୍ଟେସନ୍ ଫେମ୍ -୧ରେ ଏବଂ ୫୩ଟି ଚାର୍ଜିଂ ଷ୍ଟେସନ୍ ଫେମ୍ – ୨ରେ) ସ୍ଥାପିତ କରା ଯାଇଛି ।

ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ସୂଚିତ କରିଛି ଯେ, ତୈଳ ବ୍ୟବସାୟ କରୁଥିବା କମ୍ପାନୀ ଗୁଡିକ (ଓଏମ୍ସି) ୦୧.୦୭.୨୦୨୨ ପର୍ଯ୍ୟନ୍ତ ନିଜର ଆଉଟ୍ଲେଟ୍‌ (ଅ ।ର୍‌ଓ)ରେ ୩୪୪୮ ଇଲେକ୍ର୍ଟିକ୍‌ ଯାନ ଚାର୍ଜିଂ ଷ୍ଟେସନ୍ ସ୍ଥାପିତ କରିଛନ୍ତି । ଶକ୍ତି ମନ୍ତ୍ରଣାଳୟ ୧୪.୦୧.୨୦୨୨ରେ ଇଲେକ୍ଟ୍ରିକ୍‌ ଯାନ ଗୁଡିକ ନିମନ୍ତେ ଚାର୍ଜିଂ ଭିତିଭୂମି ଉପରେ ସଂଶୋଧିତ ଏକୀଭୂତ ନିର୍ଦ୍ଦେଶାବଳୀ ଏବଂ ମାନକ ଜାରି କରିଛନ୍ତି ଏବଂ ଏହା ସ୍ପଷ୍ଟ କରିଛନ୍ତି ଯେ, କୌଣସି ବ୍ୟକ୍ତି / ସଂସ୍ଥା ସାର୍ବଜନିନ ଚାର୍ଜିଂ ଷ୍ଟେସନ୍‌ ସ୍ଥାପିତ କରିବା ନିମନ୍ତେ ସ୍ୱାଧୀନ ଅଟନ୍ତି, କେବଳ ସର୍ତ ହେଉଛି ଏମିତି ଷ୍ଟେସନ୍ ପ୍ରଯୁକ୍ତି , ସୁରକ୍ଷାକୁ ସମ୍ପୂର୍ଣ୍ଣ କରୁଥିବ ଏବଂ ଏହା ସହିତ ଶକ୍ତି ମନ୍ତ୍ରଣାଳୟ, ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନ୍ସି (ବିଇଇ) ଏବଂ କେନ୍ଦ୍ର ବିଦ୍ୟୁତ୍ ପ୍ରାଧିକରଣ (ସିଇଏ) ଦ୍ୱାରା ସମୟ – ସମୟରେ ସ୍ଥିର କରା ଯାଇଥିବା ପ୍ରଦର୍ଶନ ମାନକ ଗୁଡିକ ଏବଂ ପ୍ରୋଟୋକଲ୍ ଏବଂ ମାନଦଣ୍ଡ ଗୁଡିକୁ / ମାନକ ଗୁଡିକୁ / ନିର୍ଦ୍ଦେଶାବଳୀ ଗୁଡିକୁ ପୂରଣ କରୁଥିବ ।