ମାଗଣା ଯୋଜନା ଉପରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ

ନୂଆଦିଲ୍ଲୀ (ସଂକେତ ଟିଭି): ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ମାଗଣା ଯୋଜନା ଘୋଷଣା କରୁଛନ୍ତି । ଏହାଦ୍ୱାରା ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରାଯାଉଛି । ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ଏଥିପାଇଁ ଶୀଘ୍ର ଏକ ରାସ୍ତା ଖୋଜିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୩ ମାର୍ଚ୍ଚରେ ଭୋଟରଙ୍କୁ ଭୋଟ୍ ଦେବା ପାଇଁ ମାଗଣା ଯୋଜନା ଘୋଷଣା ଉପରେ ସୁପ୍ରିମକୋର୍ଟ ଆପତ୍ତି ଉଠାଇଥିଲେ, ଯେଉଁଥିରେ ଆବେଦନକାରୀ ଏହି ଆବେଦନକୁ ପ୍ରତ୍ୟାହାର କରିନେଇଥିଲେ, କିନ୍ତୁ ମଙ୍ଗଳବାର ଦିନ ସମାନ ବିଚାରାଧୀନ ମାମଲାର ଶୁଣାଣି ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଅର୍ଥ ଆୟୋଗଙ୍କ ସହ କଥା ହେବା ପାଇଁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ୟାର ମୁକାବିଲା ପାଇଁ ସରକାର ଏକ ଆଇନ ଆଣିପାରନ୍ତି ବୋଲି ନିର୍ବାଚନ ଆୟୋଗ ମତ ଦେଇଛନ୍ତି । ସରକାରଙ୍କ ଯୁକ୍ତି ଥିଲା ଯେ ଏହି ମାମଲା ନିର୍ବାଚନ ଆୟୋଗଙ୍କ ଅଧୀନରେ ଅଛି । ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର କାହିଁକି ଏହା ବନ୍ଦ କରିବାକୁ ଦ୍ୱିଧା କରୁଛନ୍ତି । ଶୁଣାଣି ସମୟରେ ଆଡଭୋକେଟ୍ କପିଲ ସିବଲ ମଧ୍ୟ ଅନ୍ୟ ଏକ ପ୍ରସଙ୍ଗରେ କୋର୍ଟରେ ହାଜର ହୋଇଥିଲେ । ମାଗଣା ଯୋଜନା ପ୍ରସଙ୍ଗରେ କୋର୍ଟ ତାଙ୍କ ମତାମତ ମାଗିଥିଲେ ।

ସିବଲ କହିଛନ୍ତି ଯେ ଏହା ଏକ ଗମ୍ଭୀର ବିଷୟ, କିନ୍ତୁ ରାଜନୈତିକ ଭାବେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ । ଏଥିସହ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିବେ ବୋଲି ଆଶା କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨ରେ ହେବ ।