ନୂଆ ବସ୍‌ଷ୍ଟାଣ୍ଡରେ ବସ୍ ରଖିବା ପାଇଁ ନିର୍ଦେଶ ଦେଲେ ଜିଲ୍ଲାପାଳ

ବରଗଡ ( ସଂକେତ ଟିଭି ) ବରଗଡ ନୂଆ ବସଷ୍ଟାଣ୍ଡରେ ଯାତ୍ରୀବାହୀ ଗାଡି ପାର୍କିଂ କରିବାକୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଗାଡି ପାର୍କିଂ କଲେ ମୋଟରଯାନ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ନିର୍ଦେଶନାମାରେ କହିଛନ୍ତି ।

ସୂଚନା ଅନୁସାରେ, ବରଗଡ଼ ସହରରେ ଘରୋଇ ବସଷ୍ଟାଣ୍ଡ ବିବାଦ ତୀବ୍ର ହେବାରେ ଲାଗିଛି। ନିର୍ମାଣ କାର୍ଯ୍ୟରେ ତୃଟି ଅଭିଯୋଗ କରି ସ୍ଥାନୀୟ ଘରୋଇ ବସ ମାଲିକ ସଂଘ ସେଠାକୁ ଯାତ୍ରୀବାହୀ ବସ ନେଉ ନାହିଁ । ପୁରୁଣା ବସଷ୍ଟାଣ୍ଡରେ ପୂର୍ବଭଳି ବସ ପାର୍କିଂ କରି ଆସୁଛି । ଅନ୍ୟପକ୍ଷରେ ଗତ ମଙ୍ଗଳବାରରୁ ପୁରୁଣା ବସଷ୍ଟାଣ୍ଡରେ ପ୍ରଶାସନ ବ୍ୟାରିକେଡ ଦେବା ଆରମ୍ଭ କରିଛି। ଏହାର ପ୍ରତିବାଦରେ ବସ ମାଲିକ ସଂଘ ବୁଧବାରରୁ ବସ ଧର୍ମଘଟ ଜାରି ରଖିଛି।

ସେପଟେ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ନୂଆ ବସଷ୍ଟାଣ୍ଡରେ ଯାତ୍ରୀବାହୀ ଗାଡି ପାର୍କିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଗାଡି ପାର୍କିଂ କଲେ ମୋଟରଯାନ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ କହିଛନ୍ତି। ସେହିପରି ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ନୋଟିସରେ ପୁରୁଣା ଘରୋଇ ବସଷ୍ଟାଣ୍ଡରେ ଯାତ୍ରୀବାହୀ ଗାଡି ପାର୍କିଂ ନ କରିବାକୁ ପରାମର୍ଶ ଦିଆଯାଇଛି।