ରାଜ୍ୟରେ ଫେଲ୍ ମାରିଛି ଫୁଲ, ଫଳ ମିଶନ

ଭୁବନେଶ୍ବର: ( ସଂକେତ୍ ଟିଭି) ରାଜ୍ୟରେ ଆଳୁ, ପିଆଜ ପରେ ଏବେ ଫେଲ୍‌ ମାରିଛି ଫୁଲ, ପଣସ ଓ ମସଲା ମିଶନ । ଉଦ୍ୟାନ କୃଷି ସମ୍ପର୍କିତ ଏକ ପ୍ରଶ୍ନରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ଦଳର ସଦସ୍ୟ । ରାଜ୍ୟରେ କୃଷି ଉତ୍ପାଦିତ ଦ୍ରବ୍ୟର ବିପଣନ ବ୍ୟବସ୍ଥା ସୁଦୃଢ଼ ନଥିବା ବେଳେ ଅଚଳ ଶୀତଳ ଭଣ୍ଡାରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ । ସେପଟେ ଗତ ୭ ବର୍ଷରେ ଉଦ୍ୟାନ କୃଷି ଜରିଆରେ ଫଳ ଓ ପନିପରିବା ଉତ୍ପାଦନ ଆଶାତୀତ ଭାବେ ବୃଦ୍ଧି ପାଇଛି ବୋଲି କୃଷି ମନ୍ତ୍ରୀ କହିଛନ୍ତି ।

ରାଜ୍ୟର ବିଭିନ୍ନ ପନିପରିବା ଏବଂ ଫଳମୂଳର ଉକ୍ସଊାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଗୃହରେ ସରଗରମ ଆଲୋଚନା । ବିରୋଧୀଙ୍କ ଅଭିଯୋଗ ବିକ୍ରି ପାଇଁ ରାଜ୍ୟରେ ବଜାର ବ୍ୟବସ୍ଥା ନାହିଁ । ରାଜ୍ୟରେ ଉତ୍ପାଦନ ହେଉଥିବା ପନିପରିବା ଏବଂ ଫଳମୂଳ ବାହାରକୁ ଚାଲି ଯାଉଛି । ଉଦ୍ୟାନ କୃଷିର ଉଦାସୀନତା । ଆଳୁ ପିଆଜ ପରେ ଏବେ ଫେଲ ମାରିଛି ମସଲା, ଫୁଲ ଓ ପଣସ ମିଶନ । ଫଳ ଓ ପରିବା ଚାରା ଯୋଗାଇବାରେ ବିଫଳ ହୋଇଛି ଉଦ୍ୟାନ କୃଷି ବିଭାଗ । ରାଜ୍ୟର ୧୩୧ଟି ଶୀତଳ ଭଣ୍ଡାର ମଧ୍ୟରୁ ୯୮ଟି ଶୀତଳ ଭଣ୍ଡାର ବନ୍ଦ ହୋଇଯାଇଛି । ବିପଣନ ବ୍ୟବସ୍ଥା ନାହିଁ । ଯେଉଁଥି ପାଇଁ ଚାଷୀ ତାର ଉକ୍ସଊାଦିତ ଦ୍ରବ୍ୟ ବିକ୍ରି କରିପାରୁନି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ।

ସେପଟେ ଏହାର ଉତ୍ତରରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଉଦ୍ୟାନ କୃଷି ଜରିଆରେ ଉକ୍ସଊାଦନ ହାର ବଢିଛି । ଗତ ୭ ବର୍ଷ ମଧ୍ୟରେ ଫଳ ଉତ୍ପାଦନ ହାର ୧୫ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ପନିପରିବା ଉତ୍ପାଦନ ହାର ୯.୫ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଅଁଳା, ବେଲ, କଦଳୀ, ପଣସ, କଦଳୀ, ସପୁରୀ, ଡାଳିମ୍ବ, ସେପେଟା ଆଦି ଫଳ ୩ ଲକ୍ଷ ୫୪ ହଜାର ହେକଫରରେ ଚାଷ କରାଯାଇଥିଲା ଏବଂ ୨୫୨୬.୭୦ ମେଟ୍ରିକ ଟନ ଅମଳ ଉକ୍ସଊାଦନ ହୋଇଛି । ଛତୁ, ଭେଣ୍ଡି, ମୂଳା, ଆଳୁ, ବିନସ୍‌, ବନ୍ଧାକୋବି ଭଳି ପନିପରିବା ୬୯୮.୬୨ ହେକ୍ଟରରେ ଚାଷ ହୋଇଥିଲା ଏବଂ ୯୮୧୭.୨୧ ମେଟ୍ରିକ ଟନ ଉକ୍ସଊାଦନ ହୋଇଛି ।

ସେହିଭଳି ଚଳିତ ବର୍ଷ ଫୁଲ କୋବି ହେକ୍ଟର ପ୍ରତି ୧୫.୮୫ ମେଟ୍ରିକ ଟନ ଉତ୍ପାଦନ ହୋଇଛି ଏବଂ ବାଇଗଣ ୧୬.୮୫ ମେଟ୍ରିକ ଟନ ହେକ୍ଟର ପ୍ରତି ଉତ୍ପାଦନ ହେଉଛି । ରାଜ୍ୟ ସରକାର ଫଳ ଏବଂ ପନିପରିବା ଉତ୍ପାଦନ, ଜଳ ସେଚନ, ସଂରକ୍ଷଣ ଆଦି ଲାଗି ସାହାଯ୍ୟ ସହଯୋଗ ପ୍ରଦାନ କରିଛନ୍ତି । ଫଳ ଓ ପନିପରିବା ବିପଣନ ନିମନ୍ତେ ରାଜ୍ୟ ସରକାର ୧୨ ଟି କମ୍ପାନୀ ସହ ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି । ତେବେ ପ୍ରକ୍ରିୟାକରଣ ଶିଳ୍ପ ଓ ବିପଣନ ଭିତ୍ତିଭୂମି ସୁଦୃଢ଼ ନଥିବାରୁ ଚାଷୀ ହନ୍ତସନ୍ତ ହେଉଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି ।