ଆଉ ଚାଲିପାରିବନି ପୁରୁଣା ଗାଡ଼ି, ୭୦ ଲକ୍ଷ ବାହନ ହେବ ବନ୍ଦ

ନୂଆଦିଲ୍ଲୀ (ସଂକେତ ଟିଭି) ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ (ଏନଜିଟି) ପଶ୍ଚିମବଙ୍ଗରେ ୧୫ବର୍ଷରୁ ଅଧିକ ପୁରୁଣା ବାହନଙ୍କୁ ହଟାଇବାକୁ ଆଦେଶ ଦେଇଛନ୍ତି । ଏନଜିଟି ତାଙ୍କ ଆଦେଶରେ ଆଗାମୀ ୬ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ହଟାଇବା ଜରୁରୀ ବୋଲି ଉଲ୍ଲେଖ କରିଛନ୍ତି । ଏହି ଆଦେଶ ସାରା ରାଜ୍ୟର ବାହନ ଉପରେ ଲାଗୁ ବୋଲି ଟ୍ରିବ୍ୟୁନାଲ କହିଛନ୍ତି । ଯେଉଁ ଗାଡ଼ି ଗୁଡିକ ଫେଜ ଆଉଟ୍‌ ହେବ ଏଥିରେ ଅଧିକାଂଶ ବିଏସ୍‌-୪ ଇଞ୍ଜିନବାଲା ଗାଡି ଥିବା କୁହାଯାଇଛି ।

୨୦୧୯ରେ ଏକ ଅନୁମାନ ଅନୁସାରେ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ୧୮,୨୦,୩୮୨ଟି ଘରୋଇ ବାହନ ରହିଛି, ଯେଉଁଗୁଡିକ ପ୍ରାୟ ୧୫ ବର୍ଷ ପୁରୁଣା । ଏହିପରି ସାରା ରାଜ୍ୟରେ ୬୫ ଲକ୍ଷରୁ ଅଧିକ ଘରୋଇ ବାହନ ରହିଛି । ଯେଉଁଗୁଡିକୁ ଏବେ ପର୍ଯ୍ୟାୟକ୍ରମେ ହଟାଇ ଦିଆଯିବ । ସେହିପରି ରାଜଧାନୀ କୋଲକାତାରେ ଚାଲୁଥିବା କମର୍ସିଆଲ ବାହାନରୁ ୨,୧୯୧୩୭ଟି ୧୫ବର୍ଷରୁ ଅଧିକ ପୁରୁଣାୟ ସାରା ରାଜ୍ୟରେ ଏପରି ବାହନଙ୍କ ସଂଖ୍ୟା ୬ ଲକ୍ଷରୁ ବି ଅଧିକ । ଏନଜିଟିଙ୍କ ଏହି ଆଦେଶ ଏଜେନ୍ସୀଙ୍କ ଇଷ୍ଟର୍ଣ୍ଣ ବେଞ୍ଚ ପକ୍ଷରୁ ପାରିତ ହୋଇଛି । ଆଦେଶରେ ପୁରୁଣା ବାହନଙ୍କୁ ପର୍ଯ୍ୟାୟକ୍ରମ ସମାପ୍ତ କରି କମ୍ପ୍ରେସଡ ନ୍ୟାଚୁରାଲ ଗ୍ୟାସ୍‌ (ସିଏନଜି) ବସ୍ ଓ ବୈଦୁତିକ ବସ୍‌ ଆରମ୍ଭ କରିବା ସହ ଗ୍ରୀନ ଟେକ୍ନୋଲଜି ବାହନଙ୍କ ଉପଯୋଗ ବଢାଇବାକୁ ଗୁରୁତ୍ୱ ଦେଇଛନ୍ତି ।