ଓଏସ୍‌ଆର୍‌ଟିସିର ୨୧୯ଟି ବସ୍‌ ଅସ୍ଥାୟୀ ଭାବେ ଅଚଳ

ଭୁବନେଶ୍ୱର: (ସଂକେତ୍ ଟିଭି) ରାଜ୍ୟରେ ଓଏସ୍‌ଆର୍‌ଟିସିର ୩୭୮ଟି ବସ୍‌ ୨୦୪ମାର୍ଗରେ ଚାଲୁଛି । ୨୧୯ଟି ବସ୍‌ ଅସ୍ଥାୟୀଭାବେ ଅଚଳ ଅବସ୍ଥାରେ ଅଛି । ଓଏସ୍‌ଆର୍‌ଟି ଅଧିନରେ ୧୪୭୬କର୍ମଚାରୀ କାଯ୍ୟରତ ଅଛନ୍ତି । ସେଥି ମଧ୍ୟରୁ ରେଗୁଲାର ୧୭୧ଜଣ, ଚୁକ୍ତିଭିର୍ତ୍ତିକ ୧୦୫୧ଜଣ, ସେବା ଯୋଗାଣ ସଂସ୍ଥା ଦ୍ୱାରା ନିଯୁକ୍ତ ୧୯୪ଜଣ ଏବଂ ଦୈନିକ ମଜୁରୀପ୍ରାପ୍ତ ୬୦ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଓଏସ୍‌ଆର୍‌ଟି ବସ୍‌ରେ ଯାତ୍ରା କରିବା ଯାତ୍ରୀ ମାନଙ୍କ ଉପରେ ନିର୍ଭର କରେ ।

ଅଧୁନା ଓଏସ୍‌ଆର୍‌ଟି ଅଧିନରେ ରାଜ୍ୟରେ ପ୍ରାୟତଃ ୨୫୦ଏକର ଜାଗା ବିଭିନ୍ନ ସ୍ଥାନରେ ଅଛି । କିଛି ସ୍ଥାନରେଂ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ମାର୍କେଟ କମ୍ପେକ୍ସ କରିଛି ଏବଂ ଅନ୍ୟ ସ୍ଥାନ ମାନଙ୍କରେ ଆବଶ୍ୟକ ଅନୁଯାୟୀ ନୂତନ ମାର୍କେଟ କମ୍ପେକ୍ସ କରି ରୋଜଗାର କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଦର୍ଶାଇଛନ୍ତି ।