ପ୍ରିମିୟମ ତତ୍କାଳ ଟିକେଟ ଉପରେ ରେଳବାଇ ନେଇପାରେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: (ସଂକେତ୍ ଟିଭି)ଭାରତୀୟ ରେଳବାଇ ଭବିଷ୍ୟତରେ ସବୁ ଟ୍ରେନର ପ୍ରିମିୟମ ତତ୍କାଳ ଯୋଜନା ଆରମ୍ଭ କରିବାକୁ ବିଚାର କରୁଛି । ଏହି ଯୋଜନାରେ କିଛି ସିଟ ସଂରକ୍ଷିତ ରହିବ । ଏହି ଟିକେଟ୍ ବୁକିଂ ପାଇଁ ଯାତ୍ରୀଙ୍କୁ ଅତିରିକ୍ତ ଅର୍ଥ ଦେବାକୁ ପଡିବ । ଯଦି ଏହି ସେବା ସହୁ ଟ୍ରେନରୁ ଆରମ୍ଭ ହୁଏ ତେବେ ଲକ୍ଷାଧିକ ଯାତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡିବ ।

ଏହି ସୁବିଧା ଉପରେ ବିଚାର କରିବ ରେଳବାଇ
ପିଟିଆଇ ଅନୁସାରେ, ଏବେ ପ୍ରାୟ ୮୦ ଟ୍ରେନରେ ପ୍ରିମିୟମ ତତ୍କାଳ ବୁକିଂ ବିକଳ୍ପ ଉପଲବ୍ଧ ରହିଛି । ସବୁ ଟ୍ରେନରେ କୋଟା ଲାଗୁ କରିବା ପଦକ୍ଷେପ ଦ୍ୱାରା ରେଳବାଇକୁ ଅତିରିକ୍ତ ରାଜସ୍ୱ ପ୍ରାପ୍ତି ହେବ । ରେଳବାଇ ଉପରେ ଥିବା ଆର୍ଥିକ ବୋଝ ପ୍ରଶମିତ ହୋଇଯିବ ।

ଏହି ସବୁ ନିୟମରେ ହୋଇପାରେ ପରିବର୍ତ୍ତନ
୨୦୨୦-୨୧ରେ ତତ୍କାଳ ଓ ପ୍ରିମିୟମ ତତ୍କାଳ ବୁକିଂରେ ୫୦୦ କୋଟିରୁ ଅଧିକ ଅର୍ଥ ଆୟ ହୋଇଥିଲା । ତେଣୁ ବରିଷ୍ଠ ନାଗିରକଙ୍କୁ ରେଳବାଇ ପୁଣି କିଛି ରିହାତି ପ୍ରଦାନ କରିପାରେ । ଯାହାକୁ କରୋନା ସମୟରେ ଉଚ୍ଛେଦ କରାଯାଇଥିଲା । ବରିଷ୍ଠ ନାଗିରକଙ୍କ ବୟସସୀମାରେ ରେଳବାଇ ପରିବର୍ତ୍ତନ କରିପାରେ ।

ସୂଚନାଯୋଗ୍ୟ, ନିକଟରେ ରେଳବାଇ ବରିଷ୍ଠ ନାଗିରକଙ୍କ ଆୟୁ ସୀମା ୫୮ ବର୍ଷରୁ ୭୦ ଓ ମହିଳାଙ୍କ ପାଇଁ 60 ବର୍ଷ କରିଥିଲା । ଯାହାକୁ ନେଇ ଯାତ୍ରୀଙ୍କ ମହଲରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା ।