EntertainmentFeaturedLatest

ବାବୁସାନ ବିରୋଧରେ ଦାୟର କରିଥିବା ମାମଲାକୁ ପ୍ରତ୍ୟାହାର କରିବେ ତୃପ୍ତି

ଭୁବନେଶ୍ବର : (ସଂକେତ୍ ଟିଭି) ଅଭିନେତା ବାବୁସାନ ମହାନ୍ତିଙ୍କ ବିରୋଧରେ ଦାୟର କରିଥିବା ମାମଲାକୁ ପ୍ରତ୍ୟାହାର କରିନେବେ । ଏନେଇ ସୂଚନା ଦେଇଛନ୍ତି ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର । ତୃପ୍ତିଙ୍କ ପକ୍ଷରୁ ଆଗତ ଏତଲାରେ ବାବୁସାନ୍ ଅଭିଯୁକ୍ତ ରହିଛନ୍ତି । ତେଣୁ ଆଗୁଆ ଜାମିନ ପାଇଁ ବାବୁ ଗତ ୨୭ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବାବୁସାନଙ୍କ ଉପରେ ତୃପ୍ତିଙ୍କ ପକ୍ଷରୁ ଦଫା ୪୯୮(କ), ୫୦୬ରେ ମାମଲା ଦାୟର ହୋଇଛି ।

ସୂଚନା ଅନୁସାରେ, ଆଜି ଜଗନ୍ନାଥ ବିହାର ଘରୁ ବାହାରି ମାଆ ଅପରାଜିତାଙ୍କ ସହ ବାବୁସାନ୍ ଖାରବେଳ ଥାନାରେ ପହଞ୍ଚିଥିଲେ। ଇଣ୍ଟରୋଗେସନ ପରେ ପ୍ରତିକ୍ରିୟା ଦେବି ବୋଲି ବାବୁସାନ କହିଛନ୍ତି । ଭିଡକୁ ଦୃଷ୍ଟିରେ ରଖି ପୋଲିସ ଷ୍ଟେସନରେ ମଧ୍ୟ ବିପୁଳ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଆଜି ବାବୁସାନଙ୍କ ଜନ୍ମଦିନ । ଫଳରେ ବାବୁସାନ ନିଜ ଘରର ବାଲକୋନିକୁ ଆସି ପ୍ରଶଂସକଙ୍କ ସହ କଥା ହୋଇଥିଲେ । ବାବୁସାନ ଶୁଭେଚ୍ଛା ପାଇଁ ପ୍ରଶଂସକଙ୍କୁ ଧନ୍ୟବାନ ଜଣାଇଥିଲେ ।

ତେବେ ଏହା ମଧ୍ୟରେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ତୃପ୍ତିଙ୍କ ସହ ଫୋନରେ କଥା ହୋଇଛନ୍ତି ବାବୁସାନ । ଏହି କଥାବାର୍ତ୍ତା ସମୟରେ ତୃପ୍ତି ବାବୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି । ରାତି ଅଧରେ ନିଜ ପରିବାର ସହ ବାବୁ ଜନ୍ମଦିନ ପାଳନ କରୁଥିବା ବେଳେ ତୃପ୍ତିଙ୍କୁ ଭିଡିଓ କଲ କରିଥିଲେ । ମାତ୍ର ତୃପ୍ତି କଲ ଉଠାଇ ନଥିଲେ । ପ୍ରକୃତିଙ୍କ ସହ ବାବୁଙ୍କ ସମ୍ପର୍କ କାରଣରୁ ତୃପ୍ତି ବାବୁଙ୍କ ଉପରେ ଅଭିମାନ କରି କଥା ହୋଇ ନଥିଲେ । କେବଳ ପୁଅ ଗୁହାନ ସହ ବାବୁଙ୍କ କଥା କରାଇଥିଲେ ।

ତେବେ ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ବାବୁ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ବାବୁସାନଙ୍କ ନାଁରେ ଆଇପିସିର ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଛି ।