ମହିଳାଙ୍କୁ ହତ୍ୟା ପରେ ହାତ ଗୋଡ଼ ବାନ୍ଧି ଗାଡିଆକୁ ଫିଙ୍ଗିଦେଲା ସ୍ବାମୀ !

ବାଲେଶ୍ବର : (ସଂକେତ୍ ଟିଭି) ସିମୁଳିଆ ଥାନା ପାହିତୋରଣା ପଞ୍ଚାୟତ ଦୋରା ଗ୍ରାମରେ ପତ୍ନୀକୁ ହତ୍ୟାକରି ସ୍ବାମୀ ଗାଡ଼ିଆରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ହେଲେ କୁନୁ ଲତା ନାୟକ । କୁନୁ ନିଖୋଜ ଠାରୁ ସ୍ୱାମୀ ଧନେଶ୍ୱର ନାୟକ ଫେରାର ଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଅଂଚଳର ଧନେଶ୍ୱର ସିମୁଳିଆ ଥାନା ବାଲିମେଧ ଗାଁରୁ ୧୭ ବର୍ଷ ତଳେ ପ୍ରେମ ବିବାହ କରି ଦୋରା ଗ୍ରାମରେ ସ୍ୱାମୀ ସ୍ତ୍ରୀ ଓ ଦୁଇ ପୁଅ ସହିତ ରହି ଆସୁଥିଲେ । ଗତ ଶୁକ୍ରବାର ରାତିରେ ତାଙ୍କ ପତ୍ନୀ କୁନିଲତା ନାୟକଙ୍କୁ ହତ୍ୟାକରି ତାଙ୍କ ଗୋଡ଼ ଏବଂ ବେକରେ ଚିପ୍ସ ଭର୍ତ୍ତି ଅଖାରେ ବାନ୍ଧି ଘର ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗିଦେଇ କେଉଁଆଡ଼େ ପଳାଇଯାଇଥିଲେ। ଗ୍ରାମବାସୀମାନେ ଖବର ପାଇ ତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ।

ପରିବାର ଲୋକେ ସିମୁଳିଆ ଥାନାରେ ଅଭିଯୋଗ କରିବା ସହିତ କୁନିଙ୍କୁ ଖୋଜାଖୋଜି କରିଥିଲେ।ଆଜି କୁନିଙ୍କ ବାପଘର ଲୋକଙ୍କ ସମେତ ଗ୍ରାମବାସୀମାନେ ଖୋଜାଖୋଜି କରିବା ପରେ ତାଙ୍କ ଘର ନିକଟରେ ଥିବା ଏକ ଗାଡ଼ିଆରୁ କୁନିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କୁନୁଙ୍କ ଶବ ଉଦ୍ଧାର ପରେ ତାଙ୍କ ଭାଇ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।