ଅର୍ପିତା ମୁଖାର୍ଜୀଙ୍କ ଘରୁ ମିଳିଛି ଅନେକ ସେକ୍ସ ଟଏ୍‌

କୋଲକାତା : (ସଂକେତ୍ ଟିଭି) ବହିଷ୍କୃତ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ବିଡ଼ା ବିଡ଼ା ଟଙ୍କା ଓ କେଜି କେଜି ସୁନା ପରେ ମିଳିଛି ସେକ୍ସ ଟଏ । ଇଡିର ଚଢାଉ ସମୟରେ ଏସବୁ ସାମଗ୍ରୀ ମିଳିଥିବା ଚର୍ଚ୍ଚା ହେଉଛି । ସେକ୍ସ ଟଏ ମିଳିବା ପରେ ଏବେ ପୂରା ଘଟଣା ଲଭ୍‌-ସେକ୍ସ-ପଲିଟିକ୍ସ ହୋଇଯାଇଛି ।

ଏ ପୂରା ଘଟଣାରେ ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ରା ସୋସିଆଲ ମିଡ଼ିଆରେ କଟାକ୍ଷ କରି ଲେଖିଛନ୍ତି । ପାର୍ଥ ଓ ଅର୍ପିତାଙ୍କୁ ଟାର୍ଗେଟ କରିଛନ୍ତି । ଦେଶ ଏବିଷୟରେ ଜାଣିବାକୁ ଚାହୁଁଛି ବୋଲି ଶ୍ରୀଲେଖା କହିଛନ୍ତି । ଅର୍ପିତାଙ୍କ ଘରୁ ଇଡି ପ୍ରାୟ ୫୦ କୋଟି ଟଙ୍କା ଓ ଅନେକ ସୁନା ଅଳଙ୍କାର ଜବତ କରିଛି ।

ସୂଚନା ମୁତାବକ, ଅର୍ପିତାଙ୍କୁ ଯେତେବେଳେ ଚେକ୍‌ଅପ୍‌ ପାଇଁ ନିଆଯାଉଥିଲା, ସେହି ସମୟରେ ସେ ଭୋ ଭୋ ହୋଇ କାନ୍ଦିଥିଲେ। ଯେମିତି ତାଙ୍କ ଗାଡ଼ି ହସ୍ପିଟାଲରେ ପହଞ୍ଚିଥିଲା, ସେଠି ସେ ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ। ଯାହାଫଳରେ ତାଙ୍କୁ ହ୍ଵିଇଲ୍‌ ଚେୟାରରେ ଆଣିବାକୁ ପଡ଼ିଥିଲା। କୋଲକାତାରେ ତାଙ୍କର ୨ଟି ଆପାର୍ଟମେଣ୍ଟରେ ପାର୍ଥ ହିଁ ଟଙ୍କା ରଖିଥିଲେ ଏବଂ ସେ ଉକ୍ତ ଟଙ୍କାର ପରିମାଣ ସଂପର୍କରେ ଆଦୌ ଜାଣିନଥିଲେ ବୋଲି କହିଛନ୍ତି। ପାର୍ଥ ଟଙ୍କା ରଖିବା ପରେ ସର୍ବଦା ଉକ୍ତ ରୁମ୍‌ର ଚାବି ନିଜେ ହିଁ ରଖୁଥିଲେ ଏବଂ ନିଜେ ହିଁ ରୁମ୍‌ ଖୋଲୁଥିଲେ। ଅନ୍ୟ କେହି ସେ ରୁମ୍‌କୁ ଯାଇନାହାନ୍ତି କି କେତେ ଟଙ୍କା ଥିଲା ତାହା କେହି ଜାଣିନାହାନ୍ତି ବୋଲି ଅର୍ପିତା ତଦନ୍ତକାରୀ ଅଧିକାରୀଙ୍କୁ କହିଛନ୍ତି।

ଇଡି ଯାଞ୍ଚରେ ଏ ପର୍ଯ୍ୟନ୍ତ ୫୦ କୋଟି ଟଙ୍କା ଜବତ ହୋଇ ସାରିଛି। ଅର୍ପିତା ମୁଖାର୍ଜୀଙ୍କ ଗିରଫ ପରେ ତାଙ୍କ ଡାଇମଣ୍ଡ ସିଟି ଘରୁ ୪ ଦାମୀ କାର୍‌ କେଉଁଆଡ଼େ ଗାଏବ ହୋଇଯାଇଛି। ଚୋରି କାର୍‌ ଭିତରେ ରହିଛି ଅଡି ଏ-ଫୋର୍ , ହୋଣ୍ଡା ସିଟି , ହୋଣ୍ଡା ସିଆରଭି ଏବଂ ମର୍ସିଡିଜ୍ ବେଞ୍ଜ ।

ଅର୍ପିତାଙ୍କର ଚୋରି ଗାଡ଼ିଗୁଡ଼ିକୁ ଖୋଜିବାରେ ଇଡି ଅଧିକାରୀମାନେ ଲାଗି ପଡ଼ିଛନ୍ତି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ତାଙ୍କ ଘରୁ ଜବତ କାଗଜପତ୍ର ଅଧାରରେ ଇଡି ଉଭୟଙ୍କର ଅଲଗା ଅଲଗା ବୟାନ ରେକର୍ଡ କରୁଛି। ଏ ସମସ୍ତ କାଗଜପତ୍ର ଆଧାରରେ ଇଡି ଏବେ ପାର୍ଥଙ୍କଠୁ ସ୍ପଷ୍ଟୀକରଣ ମାଗୁଛି।