EntertainmentLatest

ଅଭିନେତା ସଲମାନ ଖାନଙ୍କୁ ବନ୍ଧୁକ ରଖିବା ପାଇଁ ମିଳିଲା ଲାଇସେନ୍ସ

ମୁମ୍ବାଇ: (ସଂକେତ୍ ଟିଭି) ଅଭିନେତା ସଲ୍‌ମନ୍‌ ଖାଁଙ୍କୁ ‘ଆର୍ମସ୍‌ ଲାଇସେନ୍‌ସ୍‌’ ପ୍ରଦାନ କରିଛି ମୁମ୍ବାଇ ପୋଲିସ । ତେବେ ଲାଇସେନ୍ସରେ ସେ କେଉଁ ପ୍ରକାରର ଅସ୍ତ୍ର ଖରିଦ କରିପାରିବେ ତାହା ଉକ୍ତ ‘ଲାଇସେନ୍‌ସ୍’ରେ ଉଲ୍ଲେଖ କରାଯାଇନାହିଁ।

ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ନିଜ ସୁରକ୍ଷା ପାଇଁ ନିଜ ପାଖରେ ଅସ୍ତ୍ର ରଖିବାକୁ ମୁମ୍ବାଇ ପୁଲିସ ଠାରୁ ଅନୁମତି ମାଗିଥିଲେ ସଲମାନ । ନିକଟରେ ସଲମାନ ଖାନ ଓ ତାଙ୍କ ବାପା ସଲୀମ ଖାନଙ୍କୁ ହତ୍ୟା କରାଯିବା ନେଇ ବ୍ରାନ୍ଦ୍ରାର ବେଣ୍ଡଷ୍ଟାଣ୍ଡ ପ୍ରୋମେନାଡରେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଏହାପରେ ମହାରାଷ୍ଟ୍ର ସରକରା ସଲମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ।

ସୂଚନାଯୋଗ୍ୟ, ମେ ୨୯ ତାରିଖରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୂଷେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯିବା ପରେ ପରେ ଅର୍ଥାତ୍‌ ଜୁନ୍‌ ପ୍ରାରମ୍ଭରେ ଅଭିନେତା ସଲ୍‌ମନ୍‌ ଏବଂ ତାଙ୍କ ବାପାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା।