ବିହାରରେ ବିଜେପି-ଜେଡିୟୁ ଏକାଠି ନିର୍ବାଚନ ଲଢିବେ : ଅମିତ ଶାହ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଚାଲିଥିବା ବୟାନବାଜି ଚାଲିଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିଜେପି ଓ ଜେଡିୟୁ ଏକାଠି ନିର୍ବାଚନ ଲଢିବେ ।

ସେ କହିଛନ୍ତି ଯେ, ୨୦୨୪ ନିର୍ବାଚନ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଲଢାଯିବ । ସେ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବେ । ବିହାରରେ ୨୦୨୪ ସହ ୨୦୨୫ରେ ମଧ୍ୟ ଜେଡିୟୁ ସହ ମିଶି ବିଜେପି ନିର୍ବାଚନ ଲଢିବ ବୋଲି ସେ କହିଛନ୍ତି ।

ବିଜେପିର ଏକ ଦଳୀୟ କାର୍ଯ୍ୟକ୍ରମ ପାଟନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସାମିଲ ହୋଇଥିଲେ । ଶାହ ବୈଠକକୁ ସମ୍ବୋଧିତ କରିଥିଲେ । ଶାହ ସମ୍ବୋଧନରେ କହିଥିଲେ ଯେ, ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ବିଜୟୀ ହେବ । ଏହାସହ ୨୦୨୫ରେ ବିହାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ରହିବେ । ସେମାନେ ଜେଡିୟୁ ସହ ନିର୍ବାଚନ ଲଢିବେ ।

ସେ କହିଥିଲେ ଯେ, ମୋଦୀ ଲଗାତର ତୃତୀୟ ଥର ସରକାରକୁ ଫେରିବା ନିଶ୍ଚିତ ଅଟେ । ପୂର୍ବ ତୁଳନାରେ କାର୍ଯ୍ୟକର୍ତ୍ତାଙ୍କୁ ଅଧିକ ଆସନ ପାଇଁ ପରିଶ୍ରମ କରିବାକୁ ଶାହ କହିଛନ୍ତି । ଏହି ବୈଠକରେ କେରଳ, ତାମିଲନାଡୁ, ମିଜୋରାମ, ମେଘାଳୟ ଆଦି ରାଜ୍ୟର ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ବିଜେପି ମେଣ୍ଟ ଧର୍ମ ଉପରେ ବିଶ୍ୱାସ କରେ । ତେଣୁ ସେମାନେ ୨୦୨୫ ନିର୍ବାଚନ ଜେଡିୟୁ ସହ ଲଢିବା ନେଇ ଶାହ ପ୍ରକାଶ କରିଥିଲେ ।