ନଗ୍ନ ନାୟିକାଙ୍କ ନଗ୍ନ ଭିଡ଼ିଓ କଲ ଜାଲରେ ଫସିଲେ ଇଂଜିନିୟର, ୨୫ ଲକ୍ଷ ସ୍ବାହା

ଭୁବନେଶ୍ୱର: (ସଂକେତ୍ ଟିଭି) ନଗ୍ନ ନାୟିକାଙ୍କ ନଗ୍ନ ଭିଡ଼ିଓ କଲ ଜାଲରେ ଫସି ବିଏସ୍‌ଏନ୍‌ଏଲ୍‌ ଇଂଜିନିୟର ଠକେଇର ଶିକାର ହୋଇଛନ୍ତି । ତାଙ୍କ ଆକାଉଣ୍ଟରୁ ୨୫ ଲକ୍ଷ କଟିଯାଇଛି । ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ. ଯୁବତୀ ଜଣକ ପ୍ରଥମେ ଓ୍ୱାଟ୍‌ସପ୍‌ରେ ହାଏ ମେସେଜ ପଠେଇଥିଲେ। ପରେ ଓ୍ୱାଟ୍‌ସପ୍‌କୁ ନିଉଡ଼ ଭିଡ଼ିଓ କଲ କରି ଇଂଜିନିୟରଙ୍କୁ ଟ୍ରାପ କରିଥିଲେ। ଟ୍ରାପର ଗୋଟିଏ ଦିନ ପରେ ନକଲି ସିବିଆଇ ଅଫିସରର ପରିଚୟ ଦେଇ ନିଉଡ଼ ଭିଡ଼ିଓ ପାଇଁ ବ୍ଲକମେଲିଙ୍ଗ କରିବା ଆରମ୍ଭ କରିଥିଲେ । ପରେ ଏହି ଭୟରେ ପର୍ଯ୍ୟାୟ କ୍ରମେ ଇଂଜିନିୟର ଜଣଙ୍କଠୁ ଯୁବତୀ ଜଣକ ୨୫ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଇଂଜିନିୟର ଜଣକ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।