୨ ଦିନ ପାଇଁ ଖଇରା ବଜାରରେ ୧୪୪ ଧାରା ଜାରି କଲା ପ୍ରଶାସନ

ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ଖଇରା ବଜାରରେ ସୋମବାର ଓ ମଙ୍ଗଳବାର (୨ଦିନ) ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଯଦି କେହି ଏହି ନିୟମର ବିରୋଧରେ ଯାଆନ୍ତି । ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯାଇଛି ।

ସୂଚନା ଅନୁଯାୟୀ, ଖଇରା ବଜାରରେ ଥିବା ଜବରଦଖଲ ଉଚ୍ଛେଦ ନେଇ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ସୋମବାର ଓ ମଙ୍ଗଳବାର ପାଇଁ ବଜାରରେ ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ ସଭାସମିତି ଓ ଏକତ୍ରିତ ହେବା ଉପରେ କଟକଣା ଲଗାଇଛି ପ୍ରଶାସନ ।