ଓଡ଼ିଶା ପାଇଁ ନୂଆ ୭ଟି ରେଳ ପ୍ରକଳ୍ପ ଅନୁମୋଦିତ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ପାଞ୍ଚଟି ରେଳ ଲାଇନ ସମେତ ସାତୋଟି ନୂତନ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଛି । ଓଡ଼ିଶା ପାଇଁ ନୂଆ ୭ଟି ରେଳ ପ୍ରକଳ୍ପ ଅନୁମୋଦିତ କରାଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହି ସୂଚନା ଦେଇଛନ୍ତି ।

ଏହି ନୂତନ ପ୍ରକଳ୍ପଗୁଡ଼ିକ ହେଉଛି ତାଲଚର-ଅନୁଗୋଳ ନୂତନ ଲାଇନ ସହିତ ତ୍ରିକୋଣୀୟ ଜଙ୍କସନ, ବାଘୁଆପାଲ ଫ୍ଲାଏ ଓଭର, ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର, ରଜତଗଡ଼-କାଇପଦର, ବନସପାଣି-ବରବିଲ, ବରଗଡ-ନୂଆପଡା ରୋଡ ଏବଂ ବୁରାମରା-ଚକୁଲିଆ ରୋଡ । ରେଳବାଇ ଦ୍ୱାରା ତାଲଚର-ଅନୁଗୋଳ ନୂତନ ଲାଇନ ଓ ବାଘୁଆପାଲ ଫ୍ଲାଏ ଓଭର ନିଆଯାଉଥିବାବେଳେ ବାକି ପାଞ୍ଚଟି ପ୍ରକଳ୍ପର ପ୍ରାଥମିକ କାର୍ଯ୍ୟକଳାପ ପାଇଁ ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ କୁ ଅନୁମୋଦନ ଦିଆଯାଇଛି ।

ରାଜ୍ୟସଭା ସଦସ୍ୟ ମୁଜିବୁଲ୍ଲା ଖାନଙ୍କ ଏକ ପ୍ରଶ୍ନର ଉତ୍ତରରେ ରେଳ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସହ ଖର୍ଚ୍ଚ ବଣ୍ଟନ ଆଧାରରେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ନୂତନ ଲାଇନ ପ୍ରକଳ୍ପକୁ ଅନୁମତି ଦିଆଯାଇଛି ।