ବନୀକରଣରେ ବ୍ୟାପକ ଦୁର୍ନୀତି, ହୋଇଛି କୋଟି କୋଟି ଟଙ୍କା ଚଳୁ

ଭୁବନେଶ୍ୱର : (ସଂକେତ୍ ଟିଭି) ବନୀକରଣ ନାମରେ କୋଟି କୋଟି ଟଙ୍କା ଚଳୁ କରାଯାଇଛି । ଏକଥା ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସିଏଜି ରିପୋର୍ଟରେ ପ୍ରକାଶ ପାଇଛି । ଏଥିରେ ବିଭାଗ ବିଭାଗର ସଫଳତା ଓ ଦୁର୍ନୀତି ଦର୍ଶାଯାଇଛି । ସିଏଜି ଦର୍ଶାଇଛନ୍ତି ଯେ ରାଜ୍ୟରେ ୪୮୫ ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ୧୯୧ଟି ବିଫଳ ହୋଇଛି । ୧୩ କୋଟି ୧୭ ଲକ୍ଷ ଟଙ୍କା ପାଣିରେ ପଡ଼ିଛି । ଏମିତିକି ସହରାଞ୍ଚଳ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ୩୯ କୋଟି ୮୦ ଲକ୍ଷ ଟଙ୍କା ଅତିରିକ୍ତ ବ୍ୟୟ ହୋଇଛି । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବାଡ଼ ନିର୍ମାଣରେ ପାଙଋିର ଅନିୟମିତତା ଓ ଆବଣ୍ଟନରେ ୪୦ କୋଟି ୮୨ ଲକ୍ଷ ଅଧିକ ବ୍ୟୟ ହୋଇଛି ।

ସେହିପରି ୨୦୨୦ରେ ୩୯% ଅଧିକ ବୃକ୍ଷରୋପଣ କରାଯାଇଛି । ଜଂଗଲ ମଧ୍ୟରେ ବୃକ୍ଷରୋପଣ କରାଯାଇନାହିଁ । ବଂର ପୁଥପାଥରେ ବୃକ୍ଷରୋପଣ କରାଯାଇଛି । ଯାଂଚବେଳେ ଏହାମଧ୍ୟ ଜଣାପଡିଛି ଯେ ବାଉଁଶ ଜଂଗଲରେ ଗୋଟିଏ ବି ବାଉଁଶ ଗଛ ଲଗାଯାଇନାହିଁ ଯାହା କୁହାଯାଇଛି ସବୁ ମିଛ । ସେପରି କିଛି ସ୍ଥାନ ନାହିଁ । ବେକାରରେ ବିହନ ବୁଣାନଯାଇ ତାର ଖର୍ଚରେ ୬୩.୧୯ କୋଟି ବ୍ୟୟ ହୋଇଛି । ସହରୀ ବନୀକରଣରେ ଅଯଥାରେ ୩୯.୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସହରାଂଚଳରେ ବାଡ ପାଇଁ ତୃତୀୟ ବର୍ଷରେ ପାଣ୍ଠିର ଅନିୟମିତତା ଯୋଗୁଁ ୧୪.୮୨ କୋଟି ଅନିୟମିତତା ବ୍ୟୟ ହୋଇଥିଲା ।

ରିପୋର୍ଟରେ କୁହାଯାଇଛି ଯେ, ଜାତୀୟ ଜଙ୍ଗଲ ନୀତି ଅନୁସାରେ ରାଜ୍ୟର ଜଙ୍ଗଲ ନୀତି ସେଭଳି କିଛି ପ୍ରସ୍ତୁତ କରାଯାଇନାହିଁ । ରାଜ୍ୟରେ ଚାଲିଥିବା ବନୀକରଣ ପାଇଁ କିଛି ଯୋଜନା କି ଲକ୍ଷ୍ୟ ବି ନାହିଁ । ଏପରିକି ବନୀକରଣ ଯୋଜନା ସଂପର୍କରେ କିଛି ଲିଖିତ ଭାବରେ ରଖାଯାଇନାହିଁ । ସେହିପରି ଉଚ୍ଚ ନ୍ୟାୟଳୟର ଆଦେଶ ଅବମାନନା କରି ଦୁଇ ଜଣ ନିର୍ବାହୀ ଯନ୍ତ୍ରୀ ଠିକାଦାରଙ୍କୁ ୯୦ କୋଟି ୧୨ ଲକ୍ଷ ଟଙ୍କା ଦେଇଛନ୍ତି । ସେହିଭଳି ରାଜ୍ୟର ୭ଟି ସରକାରୀ ନିଗମର କ୍ଷତି ପାଖାପାଖି ୩୦୪ କୋଟି ୫୨ ଲକ୍ଷ ଟଙ୍କା ବୋଲି ସିଏଜି ଦର୍ଶାଇଛନ୍ତି ।

ସେପଟେ ବକସାଇଟ୍‌ ଉତ୍ପାଦନରେ ଖର୍ଚ୍ଚ ଆକଳନ କମ୍‌ ହୋଇଥିବାରୁ ଓଡ଼ିଶା ଖଣି ନିଗମ ୬୧ କୋଟି ୭ ଲକ୍ଷ କୋଟିର ରାଜସ୍ୱ ହରାଇଛି । ଓଡ଼ିଶା ର୍ନିମାଣ ନିଗମ ଆୟକର ବ୍ୟୟର ହିସାବ ତ୍ରୁଟି ଯୋଗୁଁ ୩ କୋଟି ୫୭ ଲକ୍ଷ ଟଙ୍କା ସୁଧ ଆକାରରେ ତଣ୍ଡ ଗଣିଛି । ରାଜ୍ୟର ମୁଣ୍ଡପିଛା ଋଣ ଭାର ପରିମାଣ ୨୨,୦୪୨ ରଣର ଟଙ୍କା ଅଟେ । ମହାଲେଖାକର ଓଡିଶାଙ୍କଠାରୁ ମିଳିଥିବା ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ୨୨,୦୪୨ ରଣ ଟଙ୍କା ଅଟେ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାର ପରିଶୋଧ ତଥା ଏହାକୁ ହ୍ରାସ କରିବା ପାଇଁ ନିମ୍ନଲିଖିତ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ରାଜସ୍ୱ ବଳକା ସୃଷ୍ଟିକରି ଋଣ ଉପରେ ଥିବା ନିର୍ଭରଶୀଳତାକୁ ହ୍ରାସ କରିଛନ୍ତି । ଆର୍ଥିକ ବର୍ଷ ୨୦୦୬-୦୭ ରୁ ୨୦୧୩-୧୪ ଏବଂ ୨୦୨୧-୨୨ ରୁ ଏଯାବତ ଖୋଲାବଜାରରୁ କୌଣସି ଋଣ ଆହରଣ କରିନାହାନ୍ତି । ଉଚ୍ଚ ସୁଧହାର ବିଶିଷ୍ଟ ରଣକୁ ଆଗୁଆ ପଇଠ କରିଛନ୍ତି । ଜାତୀୟ ସ୍ୱଳ୍ପ ସଞ୍ଚୟ ପାଣ୍ଠିରୁ ମଧ୍ୟ ୨୦୧୬-୧୭ ଅ ।ର୍ଥିକ ବର୍ଷ ଠାରୁ ଏଯାବତ କୌଣସି ଋଣ ଆହରଣ କରିନାହାନ୍ତି ।