ଇଣ୍ଡିଗୋ ବିମାନ ଆଗକୁ ମାଡ଼ି ଆସିଲା କାର୍‌

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଦିଲ୍ଲୀ ବିମାନ ବନ୍ଦରରେ କର୍ମଚାରୀଙ୍କ ଅବହେଳା କାରଣରୁ ଏକ କାର୍‌ ଇଣ୍ଡିଗୋ ବିମାନ ତଳକୁ ଚାଲି ଆସିଥିଲା । ଏହା ବିମାନର ଅଗ ଚକା ସହ ପିଟି ହୋଇଯିବାରୁ ବର୍ତ୍ତି ଯାଇଛି । ଫଳରେ ଏକ ନିଶ୍ଚିତ ଦୁର୍ଘଟଣା ଟଳି ଯାଇଛି ।

ସୂଚନା ଅନୁସାରେ ଏହି କାର୍‌ ଗୋ ଫାଷ୍ଟ ଏୟାର୍‌ଲାଇନ୍ସର । ଏହି ଘଟଣାଟି ଆଇ ବିମାନ ବନ୍ଦରର ଟି୨ ଟର୍ମିନାଲ୍‌ର ଷ୍ଟାଣ୍ଡ୍‌ ନମ୍ୱର ୨୦୧ରେ ଘଟିଛି । ଗୋ ଫାଷ୍ଟ ଏୟାରଲାଇନ୍ସର କାର୍‌ ଇଣ୍ଡିଗୋର ଫ୍ଲାଇଟ୍‌ A320neo ତଳକୁ ଚାଲି ଆସିଥିଲା । ତେବେ ଡିଜିସିଏ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି ।

ପରେ କାର୍‌ ଡ୍ରାଇଭର୍‌ ନିଶା ସେବନ କରିଛି ନା ନାହିଁ ସେ ନେଇ ବ୍ରେଥ୍‌ ଇନ୍‌ଲାଇଜର୍‌ ଟେଷ୍ଟ୍‌ କରାଯାଇଥିଲା । ହେଲେ ଏହା ନେଗେଟିଭ୍‌ ଆସିଥିଲା । ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ବିମାନକୁ ମଧ୍ୟ କୌଣସି କ୍ଷତି ପହଞ୍ଚିନାହିଁ । କୁହାଯାଉଛି କି ଏହି ବିମାନଟି ସକାଳୁ ବାହରର ପାଟ୍‌ନାକୁ ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିଲା । ସେତେବେଳେ କାର୍‌ଟି ଏହାର ତଳକୁ ଆସିଯାଇଥିଲା । କିନ୍ତୁ ବିମାନରେ ମାଡ଼ ହେବା ପୂର୍ବରୁ ଏହା ରହି ଯାଇଥିଲା । ପରେ ବିମାନଟି ପାଟ୍‌ନା ଅଭିମୁଖେ ଉଡ଼ାଣ ଭରିଛି ।