ଜୟପୁରରେ ପହଞ୍ଚିଲା ଇଣ୍ଡିଆ ଏୟର ୱାନ୍ ବିମାନ

ଭୁବନେଶ୍ବର : (ସଂକେତ୍ ଟିଭି) କୋରାପୁଟ ଜିଲ୍ଲା ଜୟପୁରରେ ପହଞ୍ଚିଲା ଇଣ୍ଡିଆ ଏୟର ୱାନ୍ ବିମାନ । ପରୀକ୍ଷାମୂଳକ ଭାବେ ଭୁବନେଶ୍ବରରୁ ଜୟପୁରକୁ ବିମାନ ଉଡ଼ାଣ ଭରିଛି । ବିନା ଯାତ୍ରୀରେ କେବଳ ୮ ଜଣ କର୍ମଚାରୀଙ୍କୁ ନେଇ ବିମାନଟି ଦିନ ୧୧ଟା ୩୫ମିନିଟ୍‌ରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିଥିଲା ।

ସେହିଭଳି ଦିନ ୧୨ ଟା ୨୦ ରେ ଜୟପୁରରୁ ବାହାରି ଗୋଟାଏ ୫୫ରେ ଭୁବନେଶ୍ବରରେ ପହଞ୍ଚିଥିଲା । କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପ୍ କୁ ଏୟାରପୋର୍ଟରେ ରୂପାନ୍ତରିତ କରାଯାଇଛି । ବିମାନ ଚଳାଚଳ କମ୍ପାନୀ ୱାନ ଇଣ୍ଡିଆ ଏୟାର କମ୍ପାନିକୁ ଏହି ଅନୁମତି ମିଳିଛି।

ସୂଚନାଯୋଗ୍ୟ ଯେ ସୁରକ୍ଷା ପାଇଁ ୩୫ ଫୋର୍ସ ସହିତ ତିନିଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ବିମାନବନ୍ଦରରେ କଡା ସୁରକ୍ଷା ସହ ଅନ୍ୟମାନଙ୍କୁ ପ୍ରବେଶ କରିବାକୁ ଦିଆଯାଉନାହିଁ।ଭୁବନେଶ୍ୱର ଏବଂ ଝାରସୁଗୁଡା ପରେ ରାଜ୍ୟରେ ବେସାମରିକ ବିମାନ ଚଳାଚଳ ବିମାନବନ୍ଦର ଟ୍ୟାଗ୍ ପାଇବାରେ ଜୟପୁର ଏୟାରଷ୍ଟ୍ରିପ୍ ତୃତୀୟ ହେବ।