କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରୁଥିବା ରୋଡ଼ ରୋମିଓକୁ ନିସ୍ତୁକ ପିଟିଲେ ଲୋକେ

ବାଲିଆପାଳ : (ଉମାକାନ୍ତ ନାୟକ) -କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ଯୁବକଙ୍କୁ ମହଙ୍ଗା ପଡିଛି । ଯୁବକକୁ ରାସ୍ତା ମଝିରେ ନିସ୍ତୁକ ମାଡ ଛେଚିଲେ ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ଲୋକେ । ଘଟଣାଟି ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବାଘାବାଲି ଠାରେ ।

ସୂଚନା ଅନୁସାରେ, ବାଘାବାଳି ନିକଟରେ 4 ଜଣ କଲେଜ ଛାତ୍ରୀ ଯାଉଥିବା ସମୟରେ ବାଇକ ରେ ଆସି ଜଣେ ଯୁବକ କମେଟ ମାରିବା ସହିତ ଅସଦାଚାରଣ କରିଥିଲେ। ସେଠାରେ ଥିବା ଜଣେ ଅଙ୍ଗନବାଡି କର୍ମୀ ଯୁବକ ଜଣଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବକକୁ ଉଦ୍ଧାର କରିଛି । ଯୁବକର କୌଣସି ପରିଚୟ ମିଳିପାରି ନାହିଁ ।