କଳା ପଲସର ଗ୍ୟାଙ୍ଗର ଆତଙ୍କ : ବନ୍ଧୁକ ମୁନରେ ଲୁଟି ନେଲେ ୧୦ ଲକ୍ଷ ଟଙ୍କା

ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଡୁଙ୍ଗୁରା ବଜାର ନିକଟରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ୧୦ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । କଳାପଲସରରେ ୪ ଜଣ ଦୁର୍ବୁତ୍ତ ଆସି ଏହି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ସିମୁଳିଆ ଥାନା ଅଞ୍ଚଳର ରାକେଶ ସାମଲ ନାମକ ବ୍ୟକ୍ତି ନିଜ ଘରୁ ଟଙ୍କା ନେଇ ବ୍ୟାଙ୍କ ଯାଉଥିଲେ । ଏହି ସମୟରେ ଡୁଙ୍ଗୁରା ବଜାର ନିକଟରେ ଦୁଇଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ଦୁର୍ବୃତ୍ତମାନେ ତାଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଧରିବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ଗୋଟିଏ ପଲସର ବାଇକ୍ ଛାଡି ପଳାଇଥିବା ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ଖବର ପାଇ ସିମୁଳିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତଙ୍କ ବାଇକ୍ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।