ଓଡିଶାରେ ମହଙ୍ଗା ହେବ ମୋବାଇଲ ଡାଟା

ଭୁବନେଶ୍ବର : (ସଂକେତ୍ ଟିଭି) ଫାଇବ-ଜି ସ୍ପେକଫ୍ରମ୍‌ ନିଲାମି ସରିବା ପରେ ଭାରତ ଶୀଘ୍ର ଇଣ୍ଟରନେଟର ନୂଆ ଯୁଗରେ ପ୍ରବେଶ କରିବାକୁ ଯାଉଛି ।ପାଇଁ ଟେଲିକମ କମ୍ପାନୀଗୁଡିକ ବିପୁଳ ପୁଞ୍ଜି ନିବେଶ କରିଥିବାରୁ ଡାଟା ଟାରିଫ ଦର ବଢିବ ବୋଲି ଚର୍ଚ୍ଚା ଚାଲିଛି । ଫାଇବ-ଜି ସ୍ପେକଫ୍ରମ ନିଲାମ ସରିବା ପରେ ଓଡିଶାରେ ଏୟାରଟେଲ ଓ ଜିଓର ଫାଇବ-ଜି ସେବା ମିଳିବା ନିଶ୍ଚିତ ହୋଇଛି ।

ଓଡିଶା ଟେଲିକମ ସର୍କଲ ଲାଗି ମୁକେଶ ଅମ୍ବାନୀଙ୍କ ସଂସ୍ଥା ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ୫ଜି ସେବା ଯୋଗାଇବା ପାଇଁ ବିଭିନ୍ନ ବ୍ୟାଣ୍ଡ କିଣିଛନ୍ତି । ରିଲାଏନ୍ସ ଜିଓ – ଓଡିଶାରେ ୫ଜି ସେବା ଯୋଗାଇବା ପାଇଁ ୧୫୯୦ କୋଟି ଟଙ୍କା ବ୍ୟୟ କରିଛି । ଓଡିଶା ପାଇଁ ଜିଓ- ୭୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡର ସ୍ପେକଫ୍ରମ କିଣିଛି ଭାରତୀ ଏୟାରଟେଲ – ଓଡିଶାରେ ୫ଜି ସେବା ଯୋଗାଇବା ପାଇଁ ୭୭୯ କୋଟି ଟଙ୍କା ଖର୍ଚ୍ଚ କରିଛି ଓଡିଶା ପାଇଁ ଏୟାରଟେଲ- ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡର ସ୍ପେକଫ୍ରମ କିଣିଛି ଓଡିଶାରେ ଫାଇବଜି ସେବା ପାଇଁ ସ୍ପେକଫ୍ରମ କିଣିବାରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଏବଂ ସୁନୀଲ ମିତଲଙ୍କ ଏୟାରଟେଲ ବିପୁଳ ପୁଞ୍ଜି ନିବେଶ କରିଛନ୍ତି ।

ତେଣୁ ଗ୍ରାହକଙ୍କ ଠାରୁ ଏହାର ଭରଣା ପାଇଁ ଗ୍ରାହକଙ୍କ ଉପରେ ଡାଟା ଟାରିଫର ଦର ବୃଦ୍ଧି ବୋଝ ଲଦି ଦେଇପାରନ୍ତି ଗତ ନଭେମ୍ବର ମାସରେ ଟେଲିକମ କମ୍ପାନୀଗୁଡିକ ଡାଟା ଟାରିଫର ଦର ବଢାଇଥିଲେ । ଏବେ ୫-ଜି ସ୍ପେକଫ୍ରମ ପାଇଁ ବିପୁଳ ପୁଞ୍ଜି ନିବେଶ କରିଛନ୍ତି । ତେଣୁ ସେହି କ୍ଷତି ଭରଣା କରିବାକୁ ଗ୍ରାହକ ଉପରେ ଏହାର ବୋଝ ଲଦି ଦେଇପାରନ୍ତି । ୫-ଜି ସେବା ପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିବ । ଗ୍ରାହକଙ୍କୁ ୫-ଜି ସହ ଯୋଡିବା ପାଇଁ ୪-ଜିର ଦର ବଢାଇ ପାରନ୍ତି ଟେଲିକମ କମ୍ପାନୀ । ଫାଇଭ-ଜି ଆସିବା ପରେ, ୪ଜି-ରେ କେତେ ଦର ବଢିପାରେ ଏନେଇ ନୋମୁରା ଗ୍ଲୋବାଲ ମାର୍କେଟ ରିସର୍ଚ୍ଚ ଏକ ଆକଳନ କରିଛି ।

ସେହି ଅନୁସାରେଟେଲିକମ କମ୍ପାନୀଗୁଡିକ ଉପଭୋକ୍ତାଙ୍କ ପାଇଁ ଟାରିଫରେ ୪% ଶୁଳ୍କ ବଢାଇପାରନ୍ତି । ଦୈନିକ ଦେଢ ଜିବି ଡାଟା ପ୍ଲାନରେ ହାରାହାରି ୩୦% ଦର ବୃଦ୍ଧି ହୋଇପାରେ । ଦେଶର ବିଭିନ୍ନ ସ୍ଥାନରେ ୫ଜି ସେବା ପାଇଁ ସ୍ପେକଫ୍ରମ କିଣିଥିବା ଭୋଡାଫୋନ ଆଇଡିଆ ଓ ଆଦାନୀ ଡାଟା ନେଟୱାର୍କସ ଓଡିଶା ଟେଲିକମ ସର୍କଲ ପାଇଁ ଆଗ୍ରହ ଦେଖାଇ ନାହାନ୍ତି । ତେଣୁ ଓଡିଶାରେ କେବଳ ଜିଓ ଏବଂ ଏୟାରଟେଲର ୫ଜି ସେବା ମିଳିବା ସ୍ପଷ୍ଟ ହୋଇଛି । ପ୍ରତିଦ୍ୱନ୍ଦିତା ଅଭାବରୁ ଜିଓ ଏବଂ ଏୟାରଟେଲକୁ ଏକଚାଟିଆ ଦର ବଢାଇବା ପାଇଁ ବାଟ ଫିଟାଇ ଦେଇପାରେ ।