ବୁଷ୍ଟର ଡୋଜ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ଲୋକେ

ଭୁବନେଶ୍ୱର: (ସଂକେତ୍ ଟିଭି) ଓଡିଶାରେ ବୁଷ୍ଟର ଡୋଜ ନେବାକୁ ଲୋକେ ଆଗ୍ରହ ଦେଖାଉ ନାହାନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ଲୋକ ବୁଷ୍ଟର ଡୋଜ ନେଇ ନାହାନ୍ତି । ଅର୍ଥାତ ରାଜ୍ୟର ୨ କୋଟି ୮୨ ଲକ୍ଷ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ନେଇଛନ୍ତି ବୁଷ୍ଟର ଡୋଜ । ଯାହାକି ମାତ୍ର ୧୩ ପ୍ରତିଶତ ଅଟେ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରାଜ୍ୟର ୨୫ ଲକ୍ଷ ଲୋକ ନେଇ ନାହାନ୍ତି ଦ୍ୱିତୀୟ ଡୋଜ ଟୀକା । କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ, ପୁରୀ, ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ ୯୦ ପ୍ରତିଶତ ରୁ କମ୍‌ ଟୀକାକରଣ ହୋଇଛି ।

ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା କରଯାଉଥିବା ମାଗଣା ଟୀକା କରଣକୁ ଆଉ କମ ଦିନ ବାକି ଥିବାରୁ ସମସ୍ତଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ତୁରନ୍ତ ବୁଷ୍ଟର ଡୋଜ ନେବା ଲାଗି ଶ୍ରୀ ପାଣିଗ୍ରାହୀ ଅନୁରୋଧ କରିଛନ୍ତି ।