ଶସ୍ତା ହେବ ଟ୍ରେନ୍‌ ଯାତ୍ରା

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବରଛ ସରକାର ଖୁବ୍‌ଶୀଘ୍ର ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ପାରନ୍ତି । କରୋନା ପରେ ରେଲଓ୍ବେ ଅନେକ କିଛି ପରିବର୍ତ୍ତନ କରିଛି । କରୋନା ପୂର୍ବରୁ ଯାତ୍ରୀମାନଙ୍କୁ ମିଳୁଥିବା କେତେକ ରିହାତି ବ୍ୟବସ୍ଥାକୁ ଏ ପର୍ଯ୍ୟନ୍ତ ପୁନରୁଦ୍ଧାର କରାଯାଇ ନ ଥିବାରୁ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି । ତେଣୁ ଏଥିରୁ ଏବେ ପ୍ରଶ୍ନ ଉଠୁଛି, ରେଲେୱ୍‌ ଯାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତୋ ଭଳି ପ୍ରିମିୟମ୍‌ ଟ୍ରେନରେ ଡାଇନାମିକ୍‌ (ଗତିଶୀଳ) ଭଡ଼ା ବନ୍ଦ କରିବା ଉପରେ ବିଚାର କରୁଛି କି? ଏମିତି ହିଁ ଏକ ପ୍ରଶ୍ନ ଲୋକସଭାରେ ପଚରା ଯାଇଥିଲା, ଯାହାର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ସୂଚନା ଦେଇଛନ୍ତି ।

ରେଳମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସରକାରଙ୍କର ଫ୍ଲେକ୍ସି ଫେୟାର ପଲିସିକୁ ପୁନରୁଦ୍ଧାର କରାଯିବାର କୌଣସି ଯୋଜନା ନାହିଁ । ରେଲେଓ୍‌ର ଡାଇନାମିକ୍‌ ଫେୟାର ସିଷ୍ଟମ୍‌ ଏମିତି ଏକ ପ୍ରଣାଳୀ, ଯେଉଁଥିରେ ଦାବି ଉପରେ ଭଡ଼ା ଧାର୍ଯ୍ୟ କରାଯାଇଥାଏ । ଏହା ଅଧୀନରେ ୧୦ ପ୍ରତିଶତ ସିଟ୍‌ ବୁକିଂ ଦ୍ୱାରା ଭଡ଼ାରେ ୧୦ ପ୍ରତିଶତ ବୃଦ୍ଧି ହୋଇଥାଏ । ଯେମିତି ସିଟ୍‌ ସଂଖ୍ୟା କମି କମି ଯିବ, ସେମିତି ଭଡ଼ା ମଧ୍ୟ ବି ବଢି ଯିବ । ଏହି ବ୍ୟବସ୍ଥା ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତୋ ଭଳି ଟ୍ରେନରେ ଲାଗୁ ରହିଛି । ଏହାକୁ ୯ ସେପେଫମ୍ବର ୨୦୧୬ରେ ଲାଗୁ କରାଯାଇଥିଲା, ଯଦ୍ୱାରା ଅନେକ ରୁଟରେ ରେଳ ଭଡ଼ା ବିମାନ ଭଡ଼ାଠାରୁ ମଧ୍ୟ ଅଧିକ ହୋଇ ଯାଇଛି । ଏହି କାରଣରୁ ଲୋକେ ରେଳ ପରିବର୍ତ୍ତେ ବିମାନ ଯାତ୍ରା କରିବାକୁ ବେଶି ପସନ୍ଦ କରୁଛନ୍ତି ।

ରେଳ ମନ୍ତ୍ରୀ କହିଛନ୍ତି ଯେ ପ୍ରି-କରୋନା କାଳରେ ଫ୍ଲେକ୍ସି ଫେୟାର ସିଷ୍ଟମରେ ପାସେଞ୍ଜର ଏବଂ ଟ୍ରେନ ଗୁଡ଼ିକରୁ ହେଉଥିବା ଆୟ ନନ୍‌-ଫ୍ଲେକ୍ସିଠାରୁ ଅଧିକ ବଢ଼ିଛି । ବର୍ତ୍ତମାନ ସରକାରଙ୍କର ଏହି ନୀତିକୁ ପୁନରୁଦ୍ଧାର କରାଯିବାର କୌଣସି ଯୋଜନା ନାହିଁ ।