BusinessFeaturedLatest

କୌଣସି ହ୍ବାଟ୍ସଆପ ମେସେଜକୁ ଡିଲିଟ ଫର ଏଭ୍ରିୱାନ କରିପାରିବେ ଗ୍ରୁପ ଆଡମିନ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ସୋସିଆଲ ମଡିଆ ଆପ ହ୍ବାଟ୍ସଆପର ନୂଆ ଫିଚର ଅନୁସାରେ, ଗ୍ରୁପ ଉପରେ ପୂର୍ବାପେକ୍ଷା ଅଧିକ ନିୟନ୍ତ୍ରଣ କ୍ଷମତା ପାଇବେ ଆଡମିନ । ସମ୍ପୃକ୍ତ ଆଡମିନ ଗ୍ରୁପର ଯେକୌଣି ମେସେଜକୁ ସମସ୍ତଙ୍କ ପାଇଁ ଡିଲିଟ କରିପାରିବେ । ଗୁଗୁଲ ପ୍ଲେ ବେଟା ପ୍ରୋଗ୍ରାମକୁ ଅପଡେଟ କରି ସଂସ୍ଥା ନୂଆ ଫିଚରକୁ କାର୍ଯ୍ୟକ୍ଷମ କରିବାକୁ ଯାଉଛି ।

ବର୍ତ୍ତମାନ ହ୍ବାଟ୍ସଆପ୍‌ ଗ୍ରୁପ କ୍ରିଏଟ କରି ବିଭିନ୍ନ କାର୍ଯ୍ୟ ପାଇଁ ଏହାକୁ ପ୍ରଭାବୀ ଭାବେ ମଧ୍ୟ ବ୍ୟବହାର କରାଯାଉଛି । ତେବେ ପୂର୍ବରୁ ଗ୍ରୁପର ଆଡମିନଙ୍କ ନିକଟରେ ସୀମିତ କ୍ଷମତା ରହୁଥିଲା । ସଦସ୍ୟଙ୍କୁ ଗ୍ରୁପରୁ ବାହାର କରିବା କିମ୍ବା ନୂତନ ସଦସ୍ୟଙ୍କୁ ଗ୍ରୁପରେ ସାମିଲ କରିବା ଓ ଗ୍ରୁପରେ କିଏ ବାର୍ତ୍ତା ପୋଷ୍ଟ କରିପାରିବ ସେନେଇ ଆଡମିନ ନିଷ୍ପତ୍ତି କରି ପାରୁଥିଲେ ।ଏପରି ସ୍ଥିତିରେ ଆଡମିନଙ୍କ ଅପେକ୍ଷାକୃତ କମ ନିୟନ୍ତ୍ରଣ କ୍ଷମତା କେତେକାଂଶରେ ସମସ୍ୟା ସୃଷ୍ଟି କରୁଥିଲା । କେତେକ ମିଥ୍ୟା, ଭିତ୍ତିହୀନ ଓ ସ୍ପାମ ମେସେଜ ମଧ୍ୟ ଅତି ସହଜରେ ପୋଷ୍ଟ ହେବା ସହ ଗ୍ରୁପରୁ ଗ୍ରୁପକୁ ଭାଇରାଲ ମଧ୍ୟ ହେବା ସମ୍ଭବ ହେଉଥଲା । ଏପରି ନୂଆ ଫିଚର ଫଳରେ ଗ୍ରୁପ ଉପରେ ଅଧିକ ନିୟନ୍ତ୍ରଣ ହାସଲ କରିବା ସହ ଯେକୌଣସି ବାର୍ତ୍ତାଙ୍କୁ ଗ୍ରୁପରୁ ସମ୍ପୂର୍ଣ୍ଣ ଡିଲିଟ୍‌ କରିପାରିବାର କ୍ଷମତା ପାଇବେ ଆଡମିନ । ତେବେ ଏହି ଫିଚର ଖୁବ୍‌ଶୀଘ୍ର ହ୍ବାଟ୍ସଆପରେ ଉପଲବ୍ଧ ହେବାକୁ ଯାଉଛି ।