ହଷ୍ଟେଲରେ ରହୁଥିବା ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ, ହଷ୍ଟେଲ ଆଗରେ ଧାରଣା ଦେଲେ ଗ୍ରାମବାସୀ

ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଖଇରିବଣୀଠାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଆଦିବାସୀ ହଷ୍ଟେଲରେ ରହୁଥିବା ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଏଭଳି ଚରମ ଅବହେଳା ପାଇଁ ମୃତ୍ୟୁ ଅଭିଯୋଗ ଆଣି ପରିବାର ଓ ଗାଁ ଲୋକେ ହଷ୍ଟେଲ ଆଗରେ ଧାରଣା ଦେଇଛନ୍ତି ।

ସୂଚନା ଅନୁସାରେ, ରାବିଡ଼ିସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ୭ ବର୍ଷର ପୁଅ ତପୁ ଆଦିବାସୀ ହଷ୍ଟେଲରେ ରହି ଦ୍ବିତୀୟ ଶ୍ରେଣୀରେ ପଢୁଥିଲେ । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଜ୍ବରରେ ମଧ୍ୟ ପୀଡିତ ଥିଲେ। ହଷ୍ଟେଲ ରୋଷେୟାଙ୍କୁ ମଧ୍ୟ କୋଭିଡ୍ ହୋଇଥିଲା । ତେବେ ହଷ୍ଟେଲ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ହାଲୁକା ଭାବେ ନେଇଥିଲେ। ଛାତ୍ର ଜଣଙ୍କ ଗୁରୁତର ହେବାରୁ ଗୁରୁବାର ତାଙ୍କ ବାପାଙ୍କୁ ଡକାଇ ଘରକୁ ପଠାଇ ଦେଇଥିଲେ। ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ତେବେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଏଭଳି ଚରମ ଅବହେଳା ପାଇଁ ମୃତ୍ୟୁ ଅଭିଯୋଗ ଆଣି ପରିବାର ଓ ଗାଁ ଲୋକେ ହଷ୍ଟେଲ ଆଗରେ ଧାରଣା ଦେଇଛନ୍ତି । ଏନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପରିବାର ଲୋକେ ନ୍ୟାୟ ମାଗିଛନ୍ତି ।