୨୦୨୩ ଜାନୁଆରୀ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର କ୍ରୀଡାସୂଚୀ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଭାରତୀୟ ଦଳ ସଂପ୍ରତି ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି । ସେଠାରେ ଦଳକୁ ଆଉ ଦୁଇଟି ଟି-୨୦ ମ୍ୟାଚ୍ ଖେଳାଯିବା ବାକି ରହିଛି । ଅନ୍ୟପଟେ ବିସିସିଆଇ ଭାରତୀୟ ଦଳର ୨୦୨୩ ଜାନୁଆରୀ ପର୍ଯ୍ୟନ୍ତ କ୍ରୀଡାସୂଚୀ ଜାରି କରିଛି । ଆଗାମୀ ସମୟରେ ଭାରତୀୟ ଦଳ ଲଗାତାର ଗୋଟିଏ ପରେ ଗୋଟିଏ ଟି-୨୦, ଦିନିକିଆ ଏବଂ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି । ପୁଣି ଏହା ମଧ୍ୟରେ ଏସିଆ କପ୍ ଏବଂ ଟି-୨୦ ବିଶ୍ୱକପ୍ ମଧ୍ୟ ରହିଛି । ଭାରତୀୟ କ୍ରିକେଟ୍ ଦଳକୁ ୨୦୨୩ ଜାନୁଆରୀ ପର୍ଯ୍ୟନ୍ତ ବିଶ୍ରାମ ନେବାର ଅବକାଶ ମଧ୍ୟ ନାହିଁ ।

୨୦୨୩ ଜାନୁଆରୀର କ୍ରୀଡାସୂଚୀ ମୁତାବକ, ଭାରତ ସଂପ୍ରତି ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି । ଏହା ପରେ ଦଳ ଜିମ୍ବାୱେ ବିକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ସିରିଜ୍‌ ପରେ ସିଧା ଏସିଆ କପକୁ ଓହ୍ଲାଇବ ଭାରତୀୟ ଦଳ । ଏସିଆ କପରେ ଭାରତ ଅତି କମରେ ୫ଟି ମ୍ୟାଚ୍‌ ଖେଳିବ । ଏସିଆ କପ୍ ପରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଆସିବ ଏବଂ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ ।ସେପ୍ଟେମ୍ବରରେ ଏହି ସିରିଜ୍‌ ଖେଳାଯିବ ।

ଅକ୍ଟୋବରରେ ଟି-୨୦ ବିଶ୍ କପ୍ ୨୦୨୨ ଖେଳିବା ପାଇଁ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଭାରତ ନିଜ ମାଟିରେ ଦକ୍ଷିଣ ଆଫ୍ରିକା ବିକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି- ୨୦ ସିରିଜ୍ ଖେଳିବ । ବିଶ୍ୱକପ୍ ପରେ ବି ଭାରତୀୟ ଦଳକୁ ବିଶ୍ରାମ ମିଳିବ ନାହିଁ । କାରଣ ଭାରତ ନ୍ୟୁଜିଲାଣ୍ଡ ଗସ୍ତ କରି ସେଠାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ସିରିଜ୍‌ ଖେଳିବ । ଏହା ପରେ ବାଂଲାଦେଶ ବିକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ପୁଣି ଶ୍ରୀଲଙ୍କାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଅ । ଏବଂ ଟି- ୨୦ ସିରିଜ୍ ଆୟୋଜନ ହେବ ।

ଭାରତର ଅନ୍ତର୍ଜାତୀୟ ଘରୋଇ ସିଜିନ ୨୦୨୨-୨୩ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ଟି-୨୦ ସିରିଜ୍ରୁ ଆରମ୍ଭ ହେବ । ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବଂ ତିନି ମ୍ୟାଚ୍ର ଦିନିକିଆ ସିରିଜ୍ ଖେଳାଯିବ । ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ସେପ୍ଟେମ୍ବର ୨୦ ଖେଳାଯିବ । ଏହା ପରେ ନାଗପୁରରେ ସେପ୍ଟେମ୍ବର ୨୩ରେ ଦ୍ୱିତୀୟ ଏବଂ ହାଇଦ୍ରାବାଦରେ ସେପ୍ଟେମ୍ବର ୨୫ରେ ତୃତୀୟ ଟି-୨୦ ମୁକାବିଲା ଖେଳାଯିବ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍ ସେପ୍ଟେମ୍ବର ୨୮ରେ ତିରୁଅନନ୍ତପୁରମରେ ଖେଳାଯିବ । ଗୌହାଟୀରେ ଦ୍ବିତୀୟ ଟି-୨୦ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀରେ ଖେଳାଯିବ । ଏହା ପରେ ଇନ୍ଦୋରରେ ଅନ୍ତିମ ଟି-୨୦ ମ୍ୟାଚ୍ ଅକ୍ଟୋବର ୪ ତାରିଖରେ ଖେଳାଯିବ ।

ଏହା ପରେ ଦିନିକିଆ ସିରିଜ୍‌ ଖେଳାଯିବ । ଅକ୍ଟୋବର ୬ରେ ଲକ୍ଷ୍ନୌରେ ପ୍ରଥମ ଦିନିକିଆ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ରାଞ୍ଚିରେ ଅକ୍ଟୋବର ୯ରେ ଏବଂ ତୃତୀୟ ଦିନିକିଆ ଅକ୍ଟୋବର ୧୧ରେ ଦିଲ୍ଲୀରେ ଖେଳାଯିବ । ଏହା ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ୍‌ ୨୦୨୨ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ ।