ଶିଳ୍ପପତି ମହିମା ମିଶ୍ର ମାମଲା : ପାରାଦୀପ ପୋର୍ଟ ଟ୍ରଷ୍ଟ କର୍ମଚାରୀଙ୍କ ସମେତ ୪ ଜଣଙ୍କୁ ବାନ୍ଧିଲା ସିବିଆଇ

ଭୁବନେଶ୍ୱର: (ସଂକେତ୍ ଟିଭି) ଶିଳ୍ପପତି ମହିମା ମିଶ୍ରଙ୍କ ଅଫିସ ଓ ଘର ରେଡ୍ ପରେ ସିବିଆଇ ଆଜି ୪ ଜଣଙ୍କୁ ଗିରଫ କରିଛି । ଓଏସଏଲର ଠିକା କର୍ମଚାରୀ ସୁମନ୍ତ ରାଉତ, ପାରାଦୀପ ପୋର୍ଟର ଚିଫ ମେକାନିକାଲ ଇଂଜିନିୟର ସରୋଜ ଦାସଙ୍କ ସମେତ ଆଉ ଦୁଇ ଜଣକୁ ସିବିଆଇ ଗିରଫ କରିଛି।

ଗତକାଲି ମହିମା ମିଶ୍ରଙ୍କ ବାସଭବନ ସମେତ କଟକ ଓ ପାରଦୀପର ବିଭିନ୍ନ ସ୍ଥାନରେ ସିବିଆଇ ରେଡ କରିଥିଲା । ଏପରିକି କଟକ ଲିଙ୍କରୋଡରେ ଥିବା ଓଏସଏଲ କାର୍ଯ୍ୟାଳୟ ଓ କଟକରେ ଥିବା ମହିମା ମିଶ୍ରଙ୍କ ବଡପୁଅଙ୍କ ବାସଭବନ ସମେତ ୧୫ ଟି ସ୍ଥାନରେ ସିବିଆଇ ରେଡ୍ କରିଛି ।

ଏହି ମାମଲାରେ ସିବିଆଇ ୪ ଜଣଙ୍କୁ ଗିରଫ ପରେ ବି ମହିମା ମିଶ୍ରଙ୍କୁ ପଚରା ଉଚୁରା କରିଛି । ଆଜି ସିବିଆଇ ଅଫିସରେ ମହିମା ମିଶ୍ର ହାଜର ହୋଇଥିଲେ । ହାଜର ହେବା ପରେ ପ୍ରତିକ୍ରିୟା ରଖିଥିଲେ ଓ କହିଥିଲେ ଆଇନ ଉପରେ ମୋର ସଂପୂର୍ଣ୍ଣ ଭରସା ଅଛି । ତଦନ୍ତ ପ୍ରକ୍ରିୟାରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି ବୋଲି ସେ କହିଥିଲେ ।