ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର : (ସଂକେତ୍ ଟିଭି) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହାଇସ୍କୁଲ କ୍ରୀଡ଼ା ଶିକ୍ଷକଙ୍କ ଘର ‌ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଜୟନ୍ତିପୁର ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ବ୍ରହ୍ମପୁର ଅନନ୍ତ ନଗର ସ୍ଥିତ ବାସଭବନ ସହ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି ।

କ୍ରୀଡା ଶିକ୍ଷକ ଜନାର୍ଦ୍ଦନଙ୍କ ବ୍ରହ୍ମପୁର ସହର ସ୍ଥିତ ଅନନ୍ତନଗରେ ଥିବା ବାସଭବନ, ଖୋଡାସିଙ୍ଗି ଠାରେ ଏକ ପ୍ଲଟ, ପାତ୍ରପୁରର ପେଟ୍ରୋଲ ପମ୍ପ, ପୈତୃକ ବାସଭବନ ସମେତ ଏକକାଳୀନ ୧୧ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରିଛି । ଜନାର୍ଦନଙ୍କ ଜୟନ୍ତପୁରରେ ଥିବା ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ, ମଦ ଭାଟି ଦୁଇଟା ମାର୍କେଟ କପ୍ଲେକ୍ସ, ଚାରି ବହୁତଳ କୋଠା ସମେତ ତିନିଟି ଗୋଦାମ ରହିଥିବା ଜଣାପଡିଛି।