ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା : ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ଗିରଫ

ଭୁବନେଶ୍ୱର: (ସଂକେତ୍ ଟିଭି) ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ସିବିଆଇ ଗିରଫ କରିଛି । ସକାଳ ଭୋର ୪ ଟାରେ ଚର୍ଚ୍ଚିତ ସିବିଆଇ ଅଫିସରେ ହାଜର ହୋଇଥିଲେ । ପରେ ତାଙ୍କୁ ମେଡ଼ିକାଲ ଟେଷ୍ଟ ପାଇଁ ନିଆଯାଇଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଥାଉକି ଲାଞ୍ଚ କାରବାର ମାମଲାରେ ଲିଷ୍ଟରେ ଚର୍ଚ୍ଚିତ ମିଶ୍ରଙ୍କ ନାଁ ଥିଲା । ତେବେ ମହିମା ମିଶ୍ର ଓ ଚନ୍ଦନ ମିଶ୍ରଙ୍କୁ ସିବିଆଇ ଛାଡି ଦେଇଛି । ମହିମାଙ୍କ ଓକିଲ ଜୟଦ୍ୱୀପ ପାଲ ଏନେଇ ସୂଚନା ଦେଇଛନ୍ତି ।

ପାରାଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ସିବିଆଇ ଜେରା କରୁଥିଲା। ସିବିଆଇ ଚର୍ଚ୍ଚିତଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ଗତ କାଲି ଏହି ଘଟଣାରେ ୪ ଜଣଙ୍କୁ ଗିରଫ ହୋଇଥିଲେ । ଚର୍ଚ୍ଚିତ ସିବିଆଇରେ ହାଜର ହେବା ପରେ ତାଙ୍କର ମେଡ଼ିକାଲ ଟେଷ୍ଟ କରିବା ସହ ସିବିଆଇ ତଦନ୍ତ ଆରମ୍ଭ କରିଛି ।