ଚନ୍ଦ୍ରକୁ ପ୍ରଥମ ସ୍ପେସକ୍ରାଫ୍ଟ ଲଞ୍ଚ କଲା ସାଉଥ କୋରିଆ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଚନ୍ଦ୍ରପୃଷ୍ଠକୁ ସାଉଥ କୋରିଆ ନିଜର ପ୍ରଥମ ମହାକାଶ ଯାନ ଗୁରୁବାର ଦିନ ଲଞ୍ଚ କରିଛି । ଏହି ସ୍ପେସକ୍ରାଫ୍ଟ ଆସନ୍ତା ଡିସେମ୍ବରରେ ପହଞ୍ଚିବ ବୋଲି ଜଣାପଡ଼ିଛି । ଏହା ଭବିଷ୍ୟତରେ ଚନ୍ଦ୍ରରେ ଅବତରଣ କ୍ଷେତ୍ର କୁ ଚିହ୍ନଟ କରିବ ।

ସାଉଥ କୋରିଆର ପ୍ରଥମ ସ୍ପେସକ୍ରାଫ୍ଟକୁ ସ୍ପେସ୍-ଏକ୍ସ ଦ୍ବାରା ଲଞ୍ଚ କରାଯାଇଛି । ଯଦି ସାଉଥ କୋରିଆର ଏହି ଅଭିଯାନ ସଫଳ ହୁଏ ତେବେ ଏହି ରାଷ୍ଟ୍ର ଆମେରିକା ସହିତ ସାମିଲ ହେବ । ଭାରତ ବହୁ ପୂର୍ବରୁ ଜହ୍ନର ଚାରିପାଖରେ ଅପରେଟ କରୁଥିବା ବେଳେ ଏକ ଚାଇନିଜ ରୋଭର ଜହ୍ନର ଦୂର ପାର୍ଶ୍ବରେ ଏକ୍ସପ୍ଲୋର କରୁଛି । ଭାରତ ସମେତ ଋଷିଆ ଓ ଜାପାନ ଚଳିତ ବର୍ଷ ଶେଷ ଭାଗରେ ଚନ୍ଦ୍ର ମିଶନ ଲଞ୍ଚ କରିବେ । ସେପଟେ ନାସା ଚଳିତ ମାସ ଶେଷରେ ମେଗା ମୁନ୍‌ ରକେଟ୍‌ ଲଞ୍ଚ କରିବାର ଯୋଜନା ରଖିଛି ।

ସାଉଥ କୋରିଆ ଏହି ମିଶନ କ୍ଷେତ୍ରରେ ୧୮୦ ମିଲିୟନ ଡଲାର ଖର୍ଚ୍ଚ କରିଛି । ପ୍ରଥମ ଥର ଭାବେ ଏହି ଦେଶ ଚନ୍ଦ୍ରପୃଷ୍ଠକୁ ଏକ୍ସପ୍ଲୋର କରିବ । ଏହା ଚନ୍ଦ୍ରପୃଷ୍ଠର ପ୍ରାୟ ୬୨ ମାଇଲ (୧୦୦ କି.ମି) ଉପରେ ରହିବ । ଚନ୍ଦ୍ର ଭୌଗୋଳିତ ତଥ୍ୟ ଓ ଅନ୍ୟାନ୍ୟ ତଥ୍ୟକୁ ଏକ ବର୍ଷ ମଧ୍ୟରେ ସଂଗ୍ରହ କରିବା ପାଇଁ ବୈଜ୍ଞାନିକମାନେ ଲକ୍ଷ୍ୟ ରଖିଛନ୍ତି । ସାଉଥ କୋରିଆର ଗତ ୬ ସପ୍ତାହ ମଧ୍ୟରେ ୨ୟ ଥର ଲାଗି ମହାକାଶକୁ ଯାନ ପଠାଇଛି ।