ହୋଟେଲରୁ ତାଇୱାନ୍‌ କ୍ଷେପଣାସ୍ତ୍ର ଉତ୍ପାଦନ ଅଧିକାରୀଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଚୀନ ଓ ତାଇଓ୍ୱାନ ମଧ୍ୟରେ ସଙ୍କଟ ଘନେଇବାରେ ଲାଗିଥିବାବେଳେ ଆଜି ସକାଳେ ଗୋଟାଏ ହୋଟେଲ୍‌ କୋଠରିରୁ ତାଇୱାନ୍‌ ପ୍ରତିରକ୍ଷା ମନ୍ତ୍ରାଳୟର ‘ଗବେଷଣା ଓ ବିକାଶ ୟୁନିଟ୍‌’ର ଉପମୁଖ୍ୟ ଓଉ ୟାଙ୍ଗ୍‌ ଲି-ସିଙ୍ଗ୍‌ଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ସେ କେଉଁ କାରଣରୁ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ । ତାର ତଦନ୍ତ ଜାରି ରହିଛି ।

ତେବେ ସେ କେଉଁ କାରଣରୁ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ତାଙ୍କର ମୃତ୍ୟୁ ସେହି ସମୟରେ ହୋଇଛି ଯେତେବେଳେ ଚୀନ ଲଗାତର ଭାବେ ତାଇଓ୍ୱାନକୁ ଘେରିବାରେ ଲାଗିଛି । ସୀମାରେ ସମରାଭ୍ୟାସ ମଧ୍ୟ କରୁଛି ।

ସେପଟେ ତାଇଓ୍ୱାନ ପ୍ରତିରକ୍ଷା ମନ୍ତ୍ରାଳୟର ବଡ ବୟାନ ସାମ୍ନାକୁ ଆସିଛି । ବୟାନରେ କୁହାଯାଇଛି ଯେ, ଚୀନ ଲଗାତର ଭାବେ ମୁଖ୍ୟ ଦ୍ୱୀପ ଉପରେ ଆକ୍ରମଣ ପାଇଁ ଚେଷ୍ଟା କରୁଛି । ଚୀନ ତରଫରୁ ଅନେକ ମିସାଇଲ ମାଡ ହୋଇଛି ।

ପ୍ରତିରକ୍ଷା ମନ୍ତ୍ରାଳୟ ଆହୁରି କହିଛି ଯେ, ଚୀନର ଫାଇଟାର ଜେଟ୍ ତାଇଓ୍ୱାନର ଆକାଶ ସୀମୀକୁ ଅତିକ୍ରମ କରୁଛି । ଲଗାତର ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି ।

ସୂଚନାଯୋଗ୍ୟ, ଆମେରିକା ସ୍ପିକର ନାନ୍ସୀ ପେଲୋସୀ ତାଇଓ୍ୱାନ ଗସ୍ତ କରିବା ପରେ ଚୀନ୍ ଉତକ୍ଷିପ୍ତ ହୋଇଯାଇଛି । ଚୀନ ସୀମାବର୍ତ୍ତି ଅଞ୍ଚଳରେ ସମରାଭ୍ୟାସ ଆରମ୍ଭ କରିଛି । ଏହାସହ ନାନ୍ସୀଙ୍କ ଗସ୍ତକୁ ଡ୍ରାଗନ୍ କଡା ବିରୋଧ କରିଛି ।