ବଢ଼ିଲା ଗୃହରକ୍ଷୀମାନଙ୍କ ଭତ୍ତା : ୯ ହଜାରରୁ ହେଲା ୧୨୨୮୦ ଟଙ୍କା

ଭୁବନେଶ୍ବର : (ସଂକେତ୍ ଟିଭି) ରାଜ୍ୟରେ ଗୃହରକ୍ଷୀଙ୍କ ଦିନିକିଆ ମଜୁରୀ ବା ଡ୍ୟୁଟି କଲ୍ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୩୦୦ ଟଙ୍କା ଥିବାବେଳେ ତାହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି।

ରାଜ୍ୟରେ ଗୃହରକ୍ଷୀମାନଙ୍କୁ ଦିନିକିଆ ହିସାବରେ ଦରମା ମିଳେ । ସେମାନଙ୍କୁ ଅନ୍ୟ ବିଶେଷ କିଛି ସରକାରୀ ସୁବିଧା ମିଳେନାହିଁ । ଏନେଇ ବିଭିନ୍ନ ସମୟରେ ଆନ୍ଦୋଳନ କରିଛନ୍ତି ଗୃହରକ୍ଷୀ ସଂଘ । ଆନ୍ଦୋଳନ ପରେ ଏନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିଛି ।

ପୂର୍ବରୁ ଗୃହରକ୍ଷୀମାନଙ୍କୁ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ଭାବରେ ମାସିକ ୯୦୦୦ ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ସେମାନଙ୍କୁ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ଭାବରେ ମାସିକ ୧୨,୨୮୦ ଟଙ୍କା ମିଳିବ। ଏତଦ୍ ବ୍ୟତୀତ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବବତ୍ ମିଳିବ।