ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ, କୋହଲି-ରାହୁଲଙ୍କ ପ୍ରତ୍ୟାବର୍ତ୍ତନ

ମୁମ୍ବାଇ : (ସଂକେତ୍ ଟିଭି) ଏସିଆ କପ୍ ୨୦୨୨ ପାଇଁ ସୋମବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ଦଳକୁ ବିରାଟ କୋହଲି ଏବଂ କେଏଲ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଆହତ କାରଣରୁ ଯଶପ୍ରୀତ ବୁମରା ଏସିଆ କପ୍‌ରୁ ବାଦ୍ ପଡିଛନ୍ତି। ତିନି ଜଣ ଖେଳାଳିଙ୍କୁ ବ୍ୟାକ୍ ଅପ୍ ଭାବେ ଦଳରେ ସାମିଲ୍ କରାଯାଇଛି।

ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ନେତୃତ୍ଵାଧୀନ ଚୟନ କମିଟିରେ ଓପନର କେଏଲ ରାହୁଲକୁ ଉପ ଅଧିନାୟକ କରାଯାଇଛି । ଆହତ ଜନିତ କାରଣରୁ ଦଳରୁ ବାହାରେ ଥିବା ରାହୁଲ ଫେବୃଆରୀ ପରେ ପ୍ରଥମ ଥର ଦଳରେ ସାମିଲ୍ ହୋଇଛନ୍ତି। ସେପଟେ ଆହତ ସମସ୍ୟା କାରଣରୁ ଯଶପ୍ରୀତ ବୁମରା ଏବଂ ହର୍ଷଲ ପଟେଲ୍‌ଙ୍କୁ ଏସିଆ କପ୍ ପାଇଁ ଦଳରେ ଚୟନ କରାଯାଇ ନାହିଁ। ଏସିଆ କପ୍ ପାଇଁ ତିନି ଜଣ ଖେଳାଳିଙ୍କ ବ୍ୟାକ୍ ଅପ୍ ଭାବେ ରଖାଯାଇଛି। ସେ ହେଉଛନ୍ତି ଶ୍ରେୟସ ଆୟର, ଦୀପକ ଚହର ଏବଂ ଅକ୍ଷର ପଟେଲ୍। ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍‌ ୨୦୨୨ରେ ଭାରତ ନିଜର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ। ଏହି ମୁକାବିଲା ଅଗଷ୍ଟ ୨୮ରେ ଦୁବାଇରେ ଖେଳାଯିବ।

ଏସିଆ କପ୍ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡ୍ଡା, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ନୋଇ, ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ, ଅଭେଶ ଖାନ।