ସିଟି ଓ ଜିଏସଟିର ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ: (ସଂକେତ୍ ଟିଭି) କଟକ ସିଟି ଓ ଜିଏସଟିର ଅତିରିକ୍ତ କମିଶନର ପିୟୁଷ କାନ୍ତ ପାଣିଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିୟୁଷ କାନ୍ତଙ୍କ ଯାଜପୁର ରୋଡ ସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି ।

ତାଙ୍କର ଭୁବନେଶ୍ବର ଚକେଇସିଆଣି ସ୍ଥିତ ତିନି ମହଲା କୋଠା, ଯାଜପୁର ଚୋରଦା ଛକରେ ଥିବା ଦୁଇଟି ୩ ମହଲା କୋଠା ଏବଂ ଗୋଟିଏ ବିଲ୍ଡିଂ, ଭୁବନେଶ୍ବର ଅନ୍ଧାରୁଆ ମୌଜାରେ ଥିବା ୫ଟି ପ୍ଲଟ, ଭୁବନେଶ୍ବର ସାମନ୍ତପୁର ମୌଜାରେ ଥିବା ପ୍ଲଟ, ଭୁବନେଶ୍ୱର ସୁନ୍ଦରପୁର ମୌଜାରେ ଥିବା ପ୍ଲଟ ଠାବ କରାଯାଇଛି।

କଟକ ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଚଢାଉ ହୋଇଛି । ଏହି ଚଢାଉରେ ୫ ଜଣ ଡିଏସପି, ୧୧ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି।