ରାଜ୍ୟରେ ବଢୁଛି ସଂକ୍ରମଣ, ବୁଷ୍ଟର ଡୋଜ ଦେବା ପାଇଁ ପ୍ରତି ବ୍ଲକରେ ବୁଲିବ ମୋବାଇଲ ଟିମ

ଭୁବନେଶ୍ବର : (ସଂକେତ୍ ଟିଭି) ସମସ୍ତଙ୍କୁ ବୁଷ୍ଟର ଡୋଜ ଦେବା ଲାଗି ପ୍ରତି ବ୍ଲକରେ ୪ଟି ମୋବାଇଲ ଭ୍ୟାନ ଟିମ୍‌ ନିୟୋଜିତ ହେବ । ଟୀକାକରଣ ବଢାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ଗତ କିଛି ଦିନ ମଧ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟୀକାକରଣ ବୃଦ୍ଧି କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଉଛି । ଟୀକାକରଣ ବଢାଇବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତଙ୍କୁ ବୁଷ୍ଟର ଡୋଜ ଦେବା ଲାଗି ପ୍ରତି ବ୍ଲକରେ ୪ଟି ମୋବାଇଲ ଭ୍ୟାନ ଟିମ୍‌ ନିୟୋଜିତ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ବର୍ତ୍ତମାନ ଆଉ ରାଜ୍ୟରେ ଟିକାର ଅଭାବ ନାହିଁ। ଏଯାଏଁ ରାଜ୍ୟରେ ୪୬ ଲକ୍ଷ ୬୬ ହଜାର ପ୍ରିକସନ ଡୋଜ ନେଇ ସାରିଛନ୍ତି । ଯାହାକି ମୋଟ ଲୋକଙ୍କର ୧୪ ପ୍ରତିଶତ । ବାକି ଲୋକଙ୍କୁ ଖୁବ ଶୀଘ୍ର ଟୀକାକରଣ କରାଯିବ। ଏବେ ୯ ଲକ୍ଷ କୋଭିସିଲ୍ଡ଼ ଟିକା ଆସିଛି । ଏହାସହ ୧୦ ତାରିଖ ଦିନ ଆଉ ୬ ଲକ୍ଷ କୋଭିସିଲ୍ଡ଼ ଟିକା ଆସିବ ବୋଲି ସେ କହିଛନ୍ତି।

ତେବେ ଅବଧି ପୂରିଥିବା ୨୪ ଲକ୍ଷ ୯୦ ହଜାର ଲୋକ ଦ୍ବିତୀୟ ଡୋଜ ଟିକା ନେଇନାହାନ୍ତି । ଏଥିପାଇଁ ଗାଁ ଗାଁ ବୁଲି ଟୀକାକରଣ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ କହିଛନ୍ତି।