ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ କୃଷି ଅଧିକାରୀ

ବରଗଡ : (ସଂକେତ୍ ଟିଭି) ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ପାଇକମାଳ ସହାୟକ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ସୂଚନା ଅନୁସାରେ, ସହାୟକ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ ଲାଇଲେନ୍ସ ବାତିଲ କରିବା ଧମକ ଦେଇ ଜଣେ ସାର ଡିଲରଙ୍କଠାରୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ପାଇକମାଳ ନୃସିଂହନାଥ ରୋଡ଼ରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ଏହାପରେ ଭିଜିଲାନ୍ସ ପକ୍ଷରୁ କୃଷି ଅଧିକାରୀଙ୍କ ବରଗଡ ପାଇକମାଳସ୍ଥିତ ଅଫିସ, ଭୁବନେଶ୍ବର ଶୈଳେଶ୍ରୀ ବିହାରସ୍ଥିତ ଘର, କଟକ ତିଗିରିଆ ସ୍ଥିତ ପୈତୃକ ଘରେ ଚଢାଉ ଜାରି ରହିଛି ।