ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢାଉ କଲା ଏଫବିଆଇ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ବାସଭବନରେ ଏଫବିଆଇ ଚଢଉ କରିଛି । ଏନେଇ ଟ୍ରମ୍ପ ନିଜେ ବୟାନ ଜାରି କରି ସୂଚନା ଦେଇଛନ୍ତି । ଏହି ଚଢଉ ସମୟରେ ଟ୍ରମ୍ପ ଫ୍ଲୋରିଡା ଉପସ୍ଥିତ ନଥିଲେ ।

ଟ୍ରମ୍ପ କହିଛନ୍ତି ଯେ, ପାମ୍ ବିଚରେ ଥିବା ଲୋକଙ୍କ ଉପରେ ଏଫବିଆଇ ରେଡ୍ କରିଛି । ସରକାରୀ କାଗଜପତ୍ର ସନ୍ଧାନ ପାଇଁ ଏପରି ରେଡ୍ ହୋଇଛି । ଘରକୁ ସିଜ୍ କରାଯାଇଛି । ଏସବୁ କାଗଜପତ୍ର ଟ୍ରମ୍ପ୍ ହ୍ୱାଇଟ୍ ହାଉସ ଛାଡିବା ପରେ ଫ୍ଲୋରିଡା ଅଣାଯାଇଥିଲା ବୋଲି ଅଭିଯୋଗ ହେଉଛି ।

ସେ କହିଛନ୍ତି ଯେ, ଏହା ଦେଶ ପାଇଁ କଳା ଦିବସ । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି କେବେ ହୋଇନଥିଲା । ତଦନ୍ତକାରୀ ସଂସ୍ଥା ସହ ସହଯୋଗ ସତ୍ତ୍ୱେ ଏପରି କରାଯାଉଛି । ଏହା ସରକାରୀ କଳର ଅପବ୍ୟବହାର ଅଟେ । କଠୋରପନ୍ଥୀଙ୍କ ଆକ୍ରମଣ ସହ ଏହା ସମାନ । କିଛି ଜଣ ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଲଢିବା ପାଇଁ ଚାହୁଁ ନଥିବା ସେ କହିଛନ୍ତି ।

ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସୋମବାର ସକାଳେ ଏହି ଚଢଉ ହୋଇଥିଲା । ଅଧିକାରୀ ଟ୍ରମ୍ପଙ୍କ ବାସଭବନ ସହ କାର୍ଯ୍ୟାଳୟରେ ଚଢଉ କରିଥିଲେ । ତେବେ ଏହାକୁ ନେଇ ହ୍ୱାଇଟ୍ ହାଉସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ଟ୍ରମ୍ପଙ୍କ ବିରୋଧରେ ଏଫବିଆଇ ଦୁଇଟି ମାମଲାର ତଦନ୍ତ କରୁଛି । ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଅନିୟମିତତା ଓ କାଗଜପତ୍ର ହଜିଯିବା ମାମଲାରେ ଟ୍ରମ୍ପଙ୍କ ବିରୋଧରେ ତଦନ୍ତ ଚାଲିଛି ।