ଏଥର ବିନା ପରେଡରେ ହେବ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର : (ସଂକେତ୍ ଟିଭି) ରାଜ୍ୟରେ ଏଥର ସ୍ବାଧୀନତା ଦିବସ କୋଭିଡ କଟକଣାରେ ପାଳନ ହେବ। ଜନସମାଗମକୁ ରୋକିବା ପାଇଁ ରାଜ୍ୟ ସରକାର ପରେଡ ଉପରେ କଟକଣା ଲଗାଇଛନ୍ତି । ବିଶେଷ କରି ପରେଡରେ ସ୍କୁଲ ଛାତ୍ରଛାତ୍ରୀମାନେ ଭାଗ ନେବେନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁସାରେ, ରାଜ୍ୟରେ କରୋନା ସଂକ୍ରମଣ ବଢିବାକୁ ଲାଗିଥିବାବେଳେ ରାଜ୍ୟ ସରକାର ଏମିତି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଗତ ଦୁଇ ବର୍ଷ ହେବ କରୋନା ପାଇଁ ସ୍ୱାଧିନତା ଦିବସ ପାଳନ ଆଡମ୍ୱର ସହ ପାଳନ ହେଉନଥିଲା । କେବଳ ପତାକା ଉତ୍ତୋଳନକୁ ଛାଡିଦେଲେ ପରେଡ କିମ୍ବା କୌଣସି ସାଂସ୍କୃତିକ କାର୍ଯ୍ଯକ୍ରମର ଆୟୋଜନ ହେଉନଥିଲା ।