EntertainmentLatest

“ଦୋବାରା’ରେ ଧମାଲ କରିବେ ତାପସୀ ପନ୍ନୁ

ମୁମ୍ବାଇ : (ସଂକେତ୍ ଟିଭି) ବଲିଉଡର ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ “ବେବି’, “ପିଙ୍କ୍‌’, “ନାମ ଶବାନା’, “ସାବାସ୍ ମିଠୁ’ ଭଳି ଭିନ୍ନ ଫିଲ୍ମ ମାଧ୍ୟମରେ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ ବଲିଉଡ୍ ର ଆଗଧାଡ଼ିର ଅଭିନେତ୍ରୀଙ୍କ ତାଲିକାରେ ମଧ୍ୟ ତାଙ୍କ ନାମ ଅଛି । ଆଗକୁ ତାପସୀଙ୍କୁ “ଦୋବାରା’ରେ ଦେଖିବାକୁ ମିଳିବ । ତାହା ଅଗଷ୍ଟ ୧୯ ତାରିଖରେ ରିଲିଜ୍ ହେବାର ଅଛି । ଏନେଇ ଏକ ସାକ୍ଷାତକାରରେ ତାପସୀ ଫିଲ୍ମକୁ ନେଇ ନିଜର ଆଶା ସଂପର୍କରେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, ଏହା ଏକ ନୂଆ ଯୁଗର ଥ୍ରିୀଲର ଫିଲ୍ମ । ଦର୍ଶକମାନେ ଏଥିରେ ମୋତେ ବିଲକୁଲ୍‌ ନୂଆ ପ୍ରକାର ଅବତାରରେ ଦେଖିବାକୁ ପାଇବେ । ରହସ୍ୟ ଓ ରୋମାଞ୍ଚରେ ପରିପୂର୍ଣ୍ଣ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା ରହିଛି । ଫିଲ୍ମରେ ତାପସୀ ଅଭିନେତା ପାୱେଲ ଗୁଲାଟୀଙ୍କ ସହ ସ୍କ୍ରିନ୍‌ ସେୟାର କରିବେ । ଅନୁରାଗ କଶ୍ୟପ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ଏକତା କପୁରଙ୍କ କଲ୍ଟ ମୁଭିଜ୍‌ ଏହାକୁ ପ୍ରସ୍ତୁତ କରିଛି । ଏହି ଫିଲ୍ମ ବ୍ୟତୀତ ତାପସୀଙ୍କ ହାତରେ ଅନେକ ଗୁଡ଼ିଏ ପ୍ରୋଜେକ୍ଟ ରହିଛି । ସେଥିମଧ୍ୟରେ “ବ୍ଲର’, “ୱୋ ଲଡ୍କି ହୈ କାହାଁ’, “ଡଙ୍କି’ ପ୍ରମୁଖ ସାମିଲ । “ବ୍ଲର୍‌’ର ସେ ପ୍ରଯୋଜିକା ଥିବାବେଳେ ସେଥିରେ ତାଙ୍କ ବିପକ୍ଷରେ ଗୁଲଶନ୍ ଦେବୟାଙ୍କୁ ଦେଖିବାକୁ ମିଳିବ । “ଡଙ୍କି’ରେ ସେ କିଙ୍ଗ୍ ଖାନ୍‌ ଶାହରୁଖ୍‌ଙ୍କ ନାୟିକା ସାଜିବେ ।