ଚଳିତ ବର୍ଷ ରାଜ୍ୟରେ ନିର୍ମାଣ ହେବ ୩୦୦ ଚେକ୍‌ଡ୍ୟାମ୍

ଭୁବନେଶ୍ବର : (ସଂକେତ୍ ଟିଭି) ମୁଖ୍ୟ ଶାସନ ସଚିବଙ୍କ ପୂର୍ବ ନିଷ୍ପତ୍ତି ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୋଲ-ତଥା ଚେକକଡ୍ୟାମ୍ ନିର୍ମାଣରେ ଦୃତ ଅଗ୍ରଗତି ହାସଲ ହୋଇଛି । ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ସ୍ୱଳ୍ପ-ଖର୍ଚ୍ଚ ଭିତ୍ତିକ ଏହିସବୁ ଚେକଡ୍ୟାମ୍ ନିର୍ମାଣରେ ବହୁମୁଖୀ ସୁଫଳ ମିଳିଥାଏ । ପ୍ରତି ଚେକଡ୍ୟାମ୍‌ ଯୋଗୁ ନଦୀ ଶଯ୍ୟାରେ ପ୍ରାୟ ୧ ରୁ ୧.୫ କି.ମି. ବ୍ୟାପୀ ଜଳ ପତନ ବୃଦ୍ଧିପାଏ । ଏହି ଜଳକୁ ନଦୀର ଉଭୟ ପାଶ୍ୱର୍ରେ ଥିବା ଚାଷ ଜମିକୁ ଉଠାପମ୍ପ୍‌ ମାଧ୍ୟମରେ ଜଳସେଚନ ଓ ପାନୀୟ ଜଳ ପ୍ରକଳ୍ପ ପାଇଁ ଜଳ ଯୋଗାଣ ସମ୍ଭବ ହୁଏ । ପରିବ୍ୟାପ୍ତ ଜଳ ଭୁତଳ ଜଳସ୍ତର ପରିପୂରଣରେ ସହାୟକ ହୁଏ । ନଦୀରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ମାଛଚାଷ କରିବା ସମ୍ଭବ ହୁଏ ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ ପୋଲ ତଳ ଚେକଡ୍ୟାମ୍ ପ୍ରାୟ ୧ ରୁ ୧.୫ ମି. ଉଚ୍ଚତାର ଜଳ ଧାରଣ କରେ । ପରବର୍ତ୍ତୀ ଜଳ ନଦୀର ତଳ ମୁଣ୍ଡକୁ ଯାଏ । ନଦୀର ପ୍ରାକୃତିକ ପ୍ରବାହ ଉପରେ ଏହି ଚେକଡ୍ୟାମ୍ ଖରାପ ପ୍ରଭାବ ପକାଏ ନାହିଁ । ଏହି ବୈଷୟିକ କୌଶଳ ଓଡ଼ିଶା ପାଇଁ ବେଶ ଉପଯୋଗୀ । ସମୀକ୍ଷାରୁ ଜଣାପଡିଥିଲା ଯେ ପ୍ରାୟ ୨ ମାସ ମଧ୍ୟରେ ୪୫ ଟି ପୋଲ ତଳେ ଚେକଡ୍ୟାମ୍ ନିର୍ମାଣ ସରିଛି । ଏଥି ମଧ୍ୟରୁ ୩୧ ଟି ପୁର୍ତ୍ତ ବିଭାଗ ଏବଂ ୧୪ ଟି ଗ୍ରାମ ଉନ୍ନୟନ ବିଭାଗ ନିର୍ମାଣ କରିଛନ୍ତି । ଏହାଛଡା ଏହି ଦୁଇ ବିଭାଗଙ୍କ ଦ୍ୱାରା ପ୍ରାୟ ୪୮୦ ଟି ପୋଲ ଚିହ୍ନଟ କରାଯାଇଛି ଯାହା ତଳେ ଚେକଡ୍ୟାମ୍ ର୍ନିର୍ମାଣ ସଫଳ ହେବ । ଚଳିତ ବର୍ଷ ୩୦୦ ଟି ଚେକଡ୍ୟାମ୍ ନିର୍ମାଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଏଥିପାଇଁ ପ୍ରାୟ ୪୧୩.୮୧ କୋଟି ଟଙ୍କାର ପ୍ରାଥମିକ ଖର୍ଚ୍ଚ ଅଟକଳ କରାଯାଇଥିଲା । ଚେକଡ୍ୟାମ୍‌ ନିର୍ମାଣ ହୋଇଥିବା ନଦୀ / ନାଳର ଉଭୟ ପାଶ୍ୱର୍ରେ ଥିବା ଜମିରେ ପନି ରିବା, ଅନ୍ୟାନ୍ୟ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ସଂଗଠିତ କରିବା ସହ ଉଠା ଜଳସେଚନ ପମ୍ପ୍ ମାଧ୍ୟମରେ ଜଳ ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପତ୍ର ଜଳ ସଂପଦ, ଉଦ୍ୟାନଚାଷ, କୃଷି ଓ କୃଷକ ସଶକ୍ତିକରଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କିମିଶନର ପ୍ରଦୀପ କୁମାର ଜେନା, ଜଳ ସଂପଦ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବିକ୍ରମ ଯାଦବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଯନ୍ତ୍ରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।