ଚୀନରୁ ମିଳିଲା ନୂଆ ଭାଇରସ ଜୋନୋଟିକ ଲାଜ୍ଞ୍ୟା ହେନିପା

ବେଜିଂ : (ସଂକେତ୍ ଟିଭି) କରୋନା ସଂକ୍ରମଣ କମି ନ ଥିବାବେଳେ ପୁଣି ଚୀନରେ ଦେଖାଦେଇଛି ଏକ ନୂଆ ଭାଇରସ । ତାଇଓ୍ୱାନ ସେଣ୍ଟର ଫର ଡିସିଜ କଣ୍ଟ୍ରୋଲ ଅନୁସାରେ ଚୀନରେ ଜୋନୋଟିକ ଲାଜ୍ଞ୍ୟା ହେନିପା ନାମକ ଏକ ନୂତନ ଭାଇରସ ଦେଖାଦେଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତାଇୱାନ ଏହାର ଚିହ୍ନଟ କରିଛି । ଏଥିସହ ସେ ଏହା ଉପରେ ନଜର ରଖିବା ସହ ନ୍ୟୁକ୍ଲିକ ଏସିଡ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଜଣାପଡ଼ିଛି ।

ଏହି ଭାଇରସ ଚୀନର ଶାଣ୍ଡୋଙ୍ଗ ପ୍ରଦେଶ ଏବଂ ମଧ୍ୟ ଚୀନ୍‌ର ହେନାନ ପ୍ରଦେଶରେ ମିଳିଛି । ତାଇପୋ ଟାଇମ୍ସ ଅନୁସାରେ ଏହା ପଶୁମାନଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ । ତାଇୱାନର ସିଡିସିର ଉପ ମହାନିର୍ଦ୍ଦେଶକ ଚୁଆଁଗ ଜ୍ୟାନ ହିସିୟାଂଗ ରବିବାର କହିଛନ୍ତି କି ଅନୁଧ୍ୟାନରୁ ଜଣାପଡ଼ିଛି କି ଏହି ଭାଇରସ ମଣିଷଠାରୁ ମଣିଷ ଏହା ବ୍ୟାପିନଥାଏ । ମାତ୍ର ସିଡିସି ଏହା ମଧ୍ୟ କହିପାରୁନାହିଁ କି ଏହି ଭାଇରସ ମଣିଷକୁ ମଣିଷ ବ୍ୟାପିବନି ବୋଲି । ସେ ଏହା ସତର୍କ କରାଇଛି କି ଅଧିକ ସୂଚନା ନ ମିଳିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ।

ଚାଇନା ଏବଂ ସିଙ୍ଗାପୁରର ବୈଜ୍ଞାନିକମାନଙ୍କ ଦ୍ୱାରା ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍‌ରେ ଏହି ତଥ୍ୟ ପ୍ରକାଶ ପାଇଛି । ମିଡିଆ ରିପୋର୍ଟ ଅନୁଯାୟୀ ପୂର୍ବ ଚୀନର ରୋଗୀଙ୍କଠାରୁ ଗଳା ସ୍ୱାବ୍ ନମୁନାରେ ନୂତନ ପ୍ରକାରର ହେନିପା ଭାଇରସ୍ ମିଳିଥିଲା । ଏହି ନୂତନ ଆବିଷ୍କୃତ ହେନିପା ଭାଇରସ୍‌, ଯାହା ପଶୁମାନଙ୍କଠାରୁ ଆସିଥାଇ ପାରେ, କେତେକ ଫେବ୍ରାଇଲ୍ ରୋଗ ସହିତ ଜଡିତ ଏବଂ ସଂକ୍ରମିତ ଲୋକଙ୍କର ଜ୍ୱର, ଥକାପଣ, କାଶ ଏବଂ ବାନ୍ତି ଭଳି ଲକ୍ଷଣ ରହିଛି ।

ଅଧିକ ଅନୁସନ୍ଧାନରୁ ଜଣାପଡିଛି ଯେ ଶାଣ୍ଡୋଙ୍ଗ ଏବଂ ହେନାନ ପ୍ରଦେଶରେ ଲଙ୍ଗିଆ ହେନିପା ଭାଇରସ ସଂକ୍ରମଣର ୩୫ ଟି ମଧ୍ୟରୁ ୨୬ ଟିରେ ଜ୍ୱର, ଉତ୍ତେଜନା, କାଶ, ମୁଣ୍ଡବିନ୍ଧା ଏବଂ ବାନ୍ତି ଭଳି କ୍ଲିନିକାଲ ଲକ୍ଷଣ ପ୍ରକାଶ ପାଇଛି । ହେନିପା ଭାଇରସ୍ ପ୍ରାଣୀ ଏବଂ ମଣିଷମାନଙ୍କଠାରେ ଭୟଙ୍କର ରୋଗ ସୃଷ୍ଟି କରିପାରେ । ହେନିପା ଭାଇରସ୍‌ ପାଇଁ ବର୍ତ୍ତମାନ କୌଣସି ଟିକା କିମ୍ବା
ଚିକିତ୍ସା ନାହିଁ ଏବଂ ଜଟିଳତା ପରିଚାଳନା ପାଇଁ ଏକମାତ୍ର ଚିକିତ୍ସା ହେଉଛି ସହାୟକ ଯତ୍ନ । ବର୍ତ୍ତମାନ ପର୍ଯ୍ୟନ୍ତ ଲଙ୍ଗିଆ ହେନି । ଭାଇରସ୍‌ ସାଂଘାତିକ କିମ୍ବା ଗୁରୁତର ହୋଇନାହିଁ, ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରଫେସର ୱାଙ୍ଗ ଲିନ୍ଫା କହିଛନ୍ତି ।

ହୁଆଶାନ୍‌ ହସ୍ପିଟାଲର ସଂକ୍ରାମକ ରୋଗ ବିଭାଗର ଡେପୁଟି ମୁଖ୍ୟ ଚିକିତ୍ସକ ୱାଙ୍ଗ ଜିନୁ କହିଛନ୍ତି ଯେ ସାରା ବିଶ୍ୱରେ ମହାମାରୀ ସୃଷ୍ଟି କରୁଥିବା କରୋନା ଭାଇରସ୍‌ ଶେଷ ସଂକ୍ରାମକ ରୋଗ ହେବ ନାହିଁ ।