୮ ହଜାର ଲାଞ୍ଚ ନେବାବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ

ଭୁବନେଶ୍ବର : (ସଂକେତ୍ ଟିଭି) ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଅଚ୍ୟୁତପୁର ରାଜସ୍ୱ ନିରୀକ୍ଷକ ଗୌରାଙ୍ଗ ସବର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସୂଚନା ଅନୁସାରେ, ମିଉଟେସନ୍ ଇନକ୍ବାରୀ ରିପୋର୍ଟ ଦେବା ନେଇ ଦିପକ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଗୌରାଙ୍ଗ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭୂବନେଶ୍ବର ଭିଜିଲାନ୍ସ ଟିମ ହାତରେ ଧରାପଡିଛନ୍ତି । ପୁର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ଟିମ୍ ଆର୍‌ଆଇ ନେଇଥିବା ୮ ହଜାର ଟଙ୍କାକୁ ଜବତ କରିଛି । ଭୁବନେଶ୍ବର ଭିଜିଲାନ୍ସ ବିଭାଗ ଗୌରାଙ୍ଗ ସବରଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।