ଏକ୍ସପ୍ରେସ୍ ୱେରେ ଚାଲିପାରିବନି ୨ କି ୩ ଚକିଆ ବାହନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ରାଜଧାନୀ ଦିଲ୍ଲୀକୁ ଉତ୍ତରପ୍ରଦେଶ ମିରଟ ସହ ସଂଯୁକ୍ତ କରୁଥିବା ସଡ଼କ ଦିଲ୍ଲୀମିରଟ ଏକ୍ସପ୍ରେସ୍ ୱେ ଉପରକୁ ଏବେ ୨ କି ୩ ଚକିଆ ଯାନ ଯାଇପାରିବେନି । ଯଦି ଭୁଲବସତଃ କେହି ଦୁଇ କି ୩ ଚକିଆ ବାହନ ନେଇ ଯାଏ ତେବେ ପୋଲିସ ମୋଟା ରକମର ଚାଲାଣ କାଟିବ । ଏକ୍ସପ୍ରେସ୍ ୱେରେ ଏପରି ବାହନଙ୍କ ଯାତାୟାତ ଉପରେ କଟକଣା ଲଗାଇ ଦେଇଛି । ଏହି ନୂଆ ବ୍ୟବସ୍ଥାରେ ମୋଟର ଭେଇକଲ ଆକ୍ଟର ୧ ଧାରା ଜାରି କରି ୧ ହଜାର ଟଙ୍କା ବଦଳେ ୨୦ ହଜାର ଟଙ୍କା ଜରିମନାର ବ୍ୟବସ୍ଥା ହୋଇଛି । ଏହି ଏକ୍ସପ୍ରେସ ୱେରେ କୌଣସି ପ୍ରକାରର ବାହନ ଚଳାଚଳ ନେଇ କଟକଣା ନଥିଲା । ତେବେ ନିକଟରେ ହୋଇଥିବା ଦୁର୍ଘଟଣାକୁ ନଜରରେ ରଖି ଏପରି କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି ।ରାସ୍ତା ଉପରକୁ ଦୁଇ ଓ ୩ ଚକିଆ ବାହନର ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ ଏପରି ଚାଲାଣର ବ୍ୟବସ୍ଥା ହୋଇଥିବା ଗାଜିଆବାଦ ପୋଲିସ କହିଛି ।

ରିପୋର୍ଟ ଅନୁସାରେ ଗତ ଶୁକ୍ରବାର ଓ ରବିବାର ସନ୍ଧ୍ୟାରେ ଟ୍ରାଫିକ ପୋଲିସ ନୋ ଏଣ୍ଟ୍ରି ଜୋନରେ ବାହନ ପ୍ରବେଶ ଲାଗି ୩୪୦ ଜାରି କରିବା ସହିତ ୧୬ ଅଟୋ ରିକ୍ସା ଜବତ କରିଛି । ନିୟମ ପାଳନରେ ଯେପରି ତ୍ରୁଟି ନ ହୁଏ ସେଥିଲାଗି ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ ୱେର ସମସ୍ତ ୬ଟି ଜାକ ଏଣ୍ଟ୍ରି ଓ ଏଗଜିଟ୍ ପଏଣ୍ଟରେ ୬ଟି ଟିମ୍‌କୁ ନିୟୋଜିତ କରାଯାଇଥିଲା । ଏହି ନିୟମ ଆସିବା ପରେ ସଡକରେ ୯୦ଟି ଦୁଇ ଓ ୩ ଚକିଆ ବାହନଙ୍କ ବିରୋଧରେ ଚାଲାଣ କଟିଛି । ପ୍ରାୟ ୨ ସପ୍ତାହ ପୂର୍ବେ ଦିଲ୍ଲୀ-ମିରଟ ଏକ୍ସପ୍ରେସ୍ ୱେରେ ଏକ ବାଇକ୍ ର ଅନ୍ୟ ଏକ ବାହନ ସହ ଧକ୍କା ହୋଇଥିଲା । ଫଳରେ ବାଇକରେ ଯାତ୍ରା କରୁଥିବା ଜଣେ ୧୮ବର୍ଷର କିଶୋରୀ, ଏକ ୫ ବର୍ଷର ଝିଅ ଓ ତା ମାର ମୃତ୍ୟୁ ହୋଇଥିଲା । ଏହାର ଦୁଇ ଦିନ ପୂର୍ବରୁ ମଧ୍ୟ ସଡକରେ ଏକ ଦୁଇ ଚକିଆ ବାହାନ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଇଥିଲେ । ଏଣୁ ଏହି ସଡକକୁ ୨ ଓ ୩ ଚକିଆ ବାହନ ଲାଗି ନିଷିଦ୍ଧ କରାଯାଇଛି ।