କଟକ ବଡ଼ ଡାକ୍ତରଖାନାରୁ ଗିରଫ ହେଲେ ୨ ଜଣ ଦଲାଲ୍‌

କଟକ : (ସଂକେତ୍ ଟିଭି) କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟ ଓ ଡାକ୍ତରଖାନାରୁ ପୋଲିସ ୨ ଜଣ ଦଲାଲଙ୍କୁ ଗିରଫ କରିଛି। ଧରାପଡ଼ିଥିବା ଦୁଇ ଦଲାଲ ହେଲେ ସୁଶାନ୍ତ ଚୌଧୁରୀ ଓ ସୂର୍ଯ୍ୟନାରାୟଣ ସାହୁ। ଜଣେ ଦଲାଲ ରକ୍ତ ଭଣ୍ଡାରରୁ ରକ୍ତ ଯୋଗାଦେବା ନାଁରେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଟଙ୍କା ନେଇଥିଲା। ଅନ୍ୟ ଜଣେ ଦଲାଲ ଜନୈକ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଚାକିରି ଦେବାର ପ୍ରତିଶୃତି ଦେଇ ଟଙ୍କା ନେଉଥିଲେ। ଏହି ସମୟରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।