ମାଗଣା ବଣ୍ଟାଯିବ ୩୦ ଲକ୍ଷ ତ୍ରିରଙ୍ଗା

ଭୁବନେଶ୍ବର : (ସଂକେତ୍ ଟିଭି) ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି । ଏଥିପାଇଁ ଦେଶ ବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖା ଦେଇଛି । ସରକାରୀ ଓ ବେସରକାରୀ ସ୍ତରରେ ଏଥିାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସ୍ୱାଧୀନତା ର ୭୫ତମ ପୂର୍ତ୍ତି ଉତ୍ସବକୁ ଭବ୍ୟ ଭାବେ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଅବସରରେ ଓଡିଶା ବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟର ମିଶନ ଶକ୍ତିର ମା ମାନଙ୍କୁ ଜାତୀୟ ପତାକା ତିଆରି ଓ ବଣ୍ଟନ ଦାୟିତ୍ବ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ମିଶନ ଶକ୍ତିର ମା ମାନେ ତିରିଶ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି ଏବଂ ଏଥିାଇଁ ରାଜ୍ୟ ସରକାର ସେମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି । ‘ହର ଘର ତିରଙ୍ଗା ଅଭିଯାନ’ର ଏକ ଅଂଶ ଭାବରେ ମିଶନ ଶକ୍ତି ସଦସ୍ୟମାନେ ବର୍ତ୍ତମାନ ୩୦ ଲକ୍ଷ ଜାତୀୟ ପତାକା ତିଆରି କରିବାରେ ବ୍ୟସ୍ତ ଅଛନ୍ତି ଯାହା ଚଳିତ ବର୍ଷ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଘର ଏବଂ ଅନୁଷ୍ଠାନ ଉପରେ ଉଠାଯିବ । ରାଜ୍ୟର ୨୨ଟି ଜିଲ୍ଲାରେ ବ୍ୟାପିଥିବା ୩୦୦ ରୁ ଅଧିକ ସେଲ୍ଫ୍ ହେଲପ୍‌ ଗୃପ ଏବଂ ପ୍ରଡ୍ୟୁସର ଗ୍ରୁ୍ ଅଗଷ୍ଟ ୧୦ ତାରିଖ ସୁଦ୍ଧା ୩୦ ଲକ୍ଷ ପତାକା ଅର୍ଡର ସଂପୂର୍ଣ୍ଣ କରିବାକୁ ପ୍ରସ୍ତୁତିରେ ଅଛନ୍ତି ।

ମିଶନ୍ ଶକ୍ତିର ଚାରି ହଜାରରୁ ଅଧିକ ମହିଳା ସଦସ୍ୟ ଏହାକୁ ସଫଳ କରିବା ପାଇଁ ଏବଂ ୩୦ ଲକ୍ଷ ପତାକା ଲଗାଇ ଇତିହାସ ସୃଷ୍ଟି କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଯାହା ହର ଘର ତିରଙ୍ଗା ଅଭିଯାନର ଏକ ଅଂଶ ହେବ । ଅନ୍ତିମ ଉତ୍ପାଦର ସତୁରି ପ୍ରତିଶତରୁ ଅଧିକ ସଂପୂର୍ଣ୍ଣ ହୋଇଥିବାବେଳେ ଅବଶିଷ୍ଟ ଅର୍ଡରଗୁଡିକ ଖୁବ୍ କମ୍ ସମୟ ମଧ୍ୟରେ ସମାପ୍ତ ହେବ । ପ୍ରତିଦିନ ତିନି ଲକ୍ଷରୁ ଅଧିକ ପତାକା ଉତ୍ପାଦନ ଏବଂ ପ୍ୟାକ୍ କରାଯାଉଛି । ମହିଳା ସଦସ୍ୟମାନେ ପତାକା ତିଆରି କରିବାକୁ ନିଜେ ଆଗକୁ ଆସିଛନ୍ତି । ମିଶନ୍ ଶକ୍ତି ଅଧୀନରେ ଏଚ୍‌ଏଚଜି ଗୁଡ଼ିକର ପୂର୍ବରୁ ସ୍ଥାପିତ ବହୁ ସଂଖ୍ୟକ ଟେଲର୍ ଏବଂ ସିଲେଇ ୟୁନିଟ୍‌ ଏହି ପ୍ରୟାସରେ ସହାୟକ ହୋଇଥିଲା ।

ଏଚ୍‌ଏଚଜି ୟୁନିଟ୍ ଗୁଡିକୁ ପାଇଁ ସ୍ଥାନୀୟ ବଜାରରୁ ପତାକା ପାଇଁ କଞ୍ଚାମାଲ କ୍ରୟ ଉପରେ ଗୁରୁତ୍ୱ ଦିଆଯାଇଛି । ଉତ୍ପାଦନ ପ୍ରକ୍ରିୟାରେ ସେମାନେ ଭାରତର ଫ୍ଲାଗ୍ କୋଡ୍ ପାଳନ କରୁଛନ୍ତି ଏବଂ ଜାତୀୟ ପତାକା ପ୍ରତି କୌଣସି ଅସମ୍ମାନ ନାହିଁ । ଅନ୍ୟାନ୍ୟ ଘଟଣା ପରି ଏଥର ମଧ୍ୟ ମିଶନ୍ ଶକ୍ତି ମହିଳା ସଦସ୍ୟମାନେ ସମସ୍ତଙ୍କ ଖୁସିର ଅଂଶ ହେବାକୁ ଚାହାଁନ୍ତି । ଏହି ଉତ୍ସବରେ ଅଂଶଗ୍ରହଣ କରି ସେମାନେ ଗର୍ବିତ । ଗଞ୍ଜାମରେ ୭୦୦ରୁ ଅଧିକ ଏସଏଚ୍‌ଜିମାନେ ପତାକା ବଣ୍ଟନ କରିବେ । ୧୪ଟି ବ୍ଲକରେ ପ୍ରାୟ ୨.୫ ଲକ୍ଷ ପତାକା ଉତ୍ପାଦନ କରିବେ ।