ଦ୍ବିତୀୟ ଥର କୋରୋନା ସଂକ୍ରମିତ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦ୍ବିତୀୟ ଥର ପାଇଁ କୋରୋନାରେ ସଂକ୍ରମିତ ହୋଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏହା ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ଜୟରାମ ରମେଶ ଟ୍ବିଟ କରି କହିଛନ୍ତି ଯେ, ”କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି କୋରୋନା ସଂକ୍ରମିତ ହୋଇଛନ୍ତି, ସରକାରଙ୍କ ଦ୍ବାରା ଜାରି ହୋଇଥିବା କୋରୋନା ପ୍ରୋଟକଲ ଅନୁଯାୟୀ ସେ ଆଇସୋଲେସନରେ ଅଛନ୍ତି” ।

ଏହା ପୂର୍ବରୁ ଜୁନ୍ ୨ରେ କୋରୋନା ସଂକ୍ରମିତ ହୋଇଥିଲେ ସୋନିଆ ଗାନ୍ଧୀ । ଯେଉଁଥି ପାଇଁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡିରେ ସେ ହାଜର ହୋଇପାରିନଥିଲେ । ସୁସ୍ଥ ହେବାପରେ ଇଡି ପଚରା ଉଚୁରା କରିଥିଲା । ଅଗଷ୍ଟ ୧୦ରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ ।